Home Featured୪ ଦିନର ଜଳବନ୍ଦୀ ଜୀବନରେ ଅନ୍ତ, ଓଡ୍ରାଫ୍‌ ଉଦ୍ଧାର କଲା ୨୩୦ ଜଣଙ୍କୁ

୪ ଦିନର ଜଳବନ୍ଦୀ ଜୀବନରେ ଅନ୍ତ, ଓଡ୍ରାଫ୍‌ ଉଦ୍ଧାର କଲା ୨୩୦ ଜଣଙ୍କୁ

by Sunita Jena
0 comments

ବନ୍ୟାପାଣି ଘେରରେ ୪ ଦିନ ଧରି ଫସି ରହିଥିବା ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟର ୨୩୦ ଛାତ୍ରଛାତ୍ରୀଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ଗ୍ରାମ ପଞ୍ଚାୟତର କୂଳସାହି ଅଞ୍ଚଳରେ ଥିବା ଏହି ଆବାସିକ ବିଦ୍ୟାଳୟ ନଦୀକୂଳରେ ଅବସ୍ଥିତ ଥିବାରୁ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିଲା।

ହଠାତ୍‌ ବନ୍ୟାପାଣି ବଢ଼ିଯିବାରୁ ଛାତ୍ରଛାତ୍ରୀମାନେ ହଷ୍ଟେଲ ଭିତରେ ଅଟକି ରହିଥିଲେ। ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ହଷ୍ଟେଲର ତଳ ମହଲାରେ ପାଣି ପଶିଯାଇଥିଲା। ଏହା ଫଳରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିଲା।ଗଭୀର ପାଣି ଓ ନଦୀର ପ୍ରଖର ସ୍ରୋତ ଯୋଗୁଁ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ଏତେ ସଂଖ୍ୟକ ପିଲାଙ୍କୁ ଏକାସାଙ୍ଗରେ ନଦୀ ପାର କରାଇବାରେ ବିପଦ ଥିବାରୁ ସୁରକ୍ଷିତ ସମୟ ଓ ବ୍ୟବସ୍ଥାକୁ ଅପେକ୍ଷା କରାଯାଇଥିଲା।

ଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଓଡ୍ରାଫ୍‌ ଟିମ୍‌ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା। ଡଙ୍ଗା ସହାୟତାରେ ଗୋଟିଏ ପରେ ଗୋଟିଏ କରି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରୁ ବାହାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।ଉଦ୍ଧାର ହୋଇଥିବା ୨୩୦ ଜଣଙ୍କ ମଧ୍ୟରେ ୧୪୦ ଜଣ ଛାତ୍ର ଏବଂ ୯୦ ଜଣ ଛାତ୍ରୀ ରହିଛନ୍ତି। ବନ୍ୟା ସ୍ଥିତି ଯୋଗୁଁ ପ୍ରାୟ ଅଢ଼େଇ ଶହ ଛାତ୍ରଛାତ୍ରୀ କିଛି ଦିନ ଧରି ହଷ୍ଟେଲରେ ଅଟକି ରହିଥିଲେ।

ଏହାପୂର୍ବରୁ ମେଡିକାଲ ଟିମ୍‌ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲା। ତେବେ ଆଜି ନଦୀର ଜଳସ୍ତର ଆହୁରି ବଢ଼ିଥିବାରୁ ଉଦ୍ଧାର କାର୍ଯ୍ୟ ଅଧିକ ଚ୍ୟାଲେଞ୍ଜିଂ ହୋଇଥିଲା। ସତର୍କତାର ସହ ଓଡ୍ରାଫ୍‌ ଟିମ୍‌ ଅଭିଯାନ ଚଳାଇ ସମସ୍ତ ୨୩୦ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲା।

You may also like

Leave a Comment