Home Odishaଭାରତୀୟ ମହିଳା ହକି ଟିମ୍‌କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପୁରସ୍କାର, ଖେଳାଳିଙ୍କୁ ୧୧ ଲକ୍ଷ ଲେଖାଏଁ

ଭାରତୀୟ ମହିଳା ହକି ଟିମ୍‌କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପୁରସ୍କାର, ଖେଳାଳିଙ୍କୁ ୧୧ ଲକ୍ଷ ଲେଖାଏଁ

by Lokanath Panigrahi
0 comments

ଭୁବନେଶ୍ୱର: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ମହିଳା ହକି ଦଳ ପାଇଁ ବଡ଼ ପୁରସ୍କାର ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ନଗଦ ପୁରସ୍କାର ମିଳିବ। ସେହିପରି ଦଳର ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍‌ ସଦସ୍ୟଙ୍କୁ ୫.୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ।

ସ୍ୱର୍ଣ୍ଣ ବିଜୟ ପରେ ଶନିବାର ମୁଖ୍ୟମନ୍ତ୍ରୀ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇବା ସହ ଖେଳାଳିଙ୍କ ପ୍ରଦର୍ଶନର ପ୍ରଶଂସା କରିଛନ୍ତି। ଦଳର ଦୃଢ଼ ମନୋବଳ, ନିଷ୍ଠା, ପରିଶ୍ରମ ଓ ସମର୍ପଣ ଯୋଗୁଁ ଏହି ସଫଳତା ମିଳିଥିବା ସେ କହିଛନ୍ତି।

ଏହି ବିଜୟ ପଛରେ କେବଳ ଖେଳାଳି ନୁହେଁ, ସପୋର୍ଟ ଷ୍ଟାଫ୍‌ଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳକୁ ପ୍ରସ୍ତୁତ କରିବା ଏବଂ ମଇଦାନରେ ଭଲ ପ୍ରଦର୍ଶନ ପାଇଁ ସପୋର୍ଟ ଷ୍ଟାଫ୍‌ଙ୍କ ଭୂମିକାକୁ ମଧ୍ୟ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସେମାନଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି।

ଭାରତୀୟ ମହିଳା ହକି ଦଳର ଏହି ସଫଳତାକୁ ଦେଶ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ଅଭିହିତ କରି ମୁଖ୍ୟମନ୍ତ୍ରୀ ସମଗ୍ର ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ୱର୍ଣ୍ଣ ପଦକ ବିଜୟର ସମ୍ମାନସ୍ୱରୂପ ଏହି ନଗଦ ପୁରସ୍କାର ଘୋଷଣା କରାଯାଇଛି।

You may also like

Leave a Comment