Home Odishaବିଜେଡିକୁ ନେଇ ବିଜେପିର ଟାର୍ଗେଟ୍, ସମଦୂରତା ନୀତି ଉପରେ ପ୍ରଶ୍ନ

ବିଜେଡିକୁ ନେଇ ବିଜେପିର ଟାର୍ଗେଟ୍, ସମଦୂରତା ନୀତି ଉପରେ ପ୍ରଶ୍ନ

by Sunita Jena
0 comments

INDIA ବ୍ଲକ୍‌ର ପ୍ରତିବାଦ କାର୍ଯ୍ୟକ୍ରମରେ ବିଜେଡି ଯୋଗଦେବାକୁ ନେଇ ରାଜ୍ୟ ରାଜନୀତିରେ ତେଜିଛି ବୟାନବାଜି। ବିଜେଡିର ପୂର୍ବ ଘୋଷିତ ‘ସମଦୂରତା’ ନୀତିକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ବିଜେଡି ପୂର୍ବରୁ ମଧ୍ୟ ବିରୋଧୀ ଦଳଗୁଡ଼ିକ ସହ ଥିଲା ଏବଂ ଏବେ ମଧ୍ୟ ସେହି ଧାରା ଜାରି ରହିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ ମଧ୍ୟ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି। ତାଙ୍କ ଅଭିଯୋଗ, ବିଜେଡିର ଆଭିମୁଖ୍ୟ ଓ କାର୍ଯ୍ୟକଳାପ ମଧ୍ୟରେ ମେଳ ନାହିଁ। ଦଳ ପାଖରେ ରାଜନୈତିକ ମୁଦ୍ଦାର ଅଭାବ ଥିବାରୁ ଏଭଳି ପ୍ରତିବାଦକୁ ଆଶ୍ରୟ କରୁଛି ବୋଲି ସେ କହିଛନ୍ତି। ଓଡ଼ିଶାର ବିକାଶ ଅପେକ୍ଷା ବିଜେଡି ନିଜ ରାଜନୈତିକ ଅସ୍ତିତ୍ୱ ରକ୍ଷା ନେଇ ଅଧିକ ଚିନ୍ତିତ ବୋଲି ବିଜେପି ପକ୍ଷରୁ ମତ ରଖାଯାଇଛି। ସେପଟେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ବିଜେଡିର ଏହି ପଦକ୍ଷେପକୁ ନେଇ ଆକ୍ରମଣାତ୍ମକ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମତରେ, ବିଜେଡିର ରାଜନୈତିକ ଆଭିମୁଖ୍ୟ ନେଇ ଏବେ ଚିତ୍ର ସ୍ପଷ୍ଟ ହୋଇଛି।

ଅନ୍ୟପଟେ ଭୋଟର ତାଲିକାର ସ୍ପେସିଆଲ ଇଣ୍ଟେନ୍ସିଭ୍ ରିଭିଜନ୍‌କୁ ନେଇ ବିରୋଧୀ ଦଳଗୁଡ଼ିକର ପ୍ରତିବାଦରେ ବିଜେଡି ସାମିଲ ହୋଇଛି। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳୀୟ ସାଂସଦମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଜେଡି ପକ୍ଷରୁ କୁହାଯାଇଛି। ଏହି ଘଟଣାକୁ ନେଇ ବିଜେପି-ବିଜେଡି ମଧ୍ୟରେ ରାଜନୈତିକ ତର୍କ ଆହୁରି ତୀବ୍ର ହୋଇଛି।

You may also like

Leave a Comment