Home Featuredପିଏଚ୍‌.ଡି. ଗବେଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍-୨୦୨୬-୨୭ ପାଇଁ ଆବେଦନ ଆରମ୍ଭ

ପିଏଚ୍‌.ଡି. ଗବେଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍-୨୦୨୬-୨୭ ପାଇଁ ଆବେଦନ ଆରମ୍ଭ

by Lokanath Panigrahi
0 comments

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାର ପକ୍ଷରୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍ (MRF) ୨୦୨୬-୨୭ ପାଇଁ ପିଏଚ୍‌.ଡି.ରେ ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କଠାରୁ ଅନଲାଇନ୍ ଆବେଦନ ଆହ୍ୱାନ କରାଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଅନ୍ୟାନ୍ୟ ବିଭାଗ ଅଧୀନ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚ୍‌.ଡି. କରୁଥିବା ଗବେଷକମାନେ SAMS ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ।

ଅଧିସୂଚନା ଅନୁଯାୟୀ, ଜୁଲାଇ ୭ ତାରିଖ ଅପରାହ୍ନ ୪ଟାରୁ ଅନଲାଇନ୍ କମନ୍ ଆପ୍ଲିକେସନ୍ ଫର୍ମ (CAF) ଉପଲବ୍ଧ ହେବ। ଜୁଲାଇ ୩୦ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ। ଯେଉଁ ଆବେଦକମାନେ ଆବେଦନରେ ସଂଶୋଧନ କରିବାକୁ ଚାହିଁବେ, ସେମାନଙ୍କ ପାଇଁ ଜୁଲାଇ ୩୧ ସକାଳ ୧୧ଟାରୁ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ତେବେ ସେହି ଦିନ ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ।

ଆବେଦକଙ୍କ ତଥ୍ୟ ଅଗଷ୍ଟ ୫ ତାରିଖ ସକାଳ ୧୧ଟାରେ OCAC ପକ୍ଷରୁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (OSHEC)କୁ ପଠାଯିବ। ଯୋଗ୍ୟ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ତାରିଖ ପରେ SAMS ପୋର୍ଟାଲରେ ପ୍ରକାଶ କରାଯିବ।

ଯୋଗ୍ୟତା

  • ଆବେଦକ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ।
  • ୧ ଏପ୍ରିଲ୍ ୨୦୨୪ରୁ ୧୯ ଜୁଲାଇ ୨୦୨୬ ମଧ୍ୟରେ ଅନୁମୋଦିତ ଗବେଷଣା ନିର୍ଦ୍ଦେଶକଙ୍କ ଅଧୀନରେ ପିଏଚ୍‌.ଡି. ପଞ୍ଜୀକରଣ ହୋଇଥିବା ଦରକାର।
  • MRIP-୨୦୨୫ରେ ଫେଲୋଶିପ୍ ପାଇଥିଲେ ଏବଂ SAMSରେ ପଞ୍ଜୀକୃତ ନଥିଲେ, ସେମାନେ ପୁନର୍ବାର ଆବେଦନ କରିପାରିବେ ନାହିଁ।

ଆବେଦନ ପୂର୍ବରୁ ପ୍ରାର୍ଥୀମାନଙ୍କୁ ସଂଶୋଧିତ ନିର୍ଦ୍ଦେଶାବଳୀ ଭଲଭାବେ ପଢ଼ିବାକୁ ଉଚ୍ଚଶିକ୍ଷା ବିଭାଗ ପରାମର୍ଶ ଦେଇଛି।

You may also like

Leave a Comment