Home Featuredକମିଲା କମର୍ସିଆଲ୍ ଏଲ୍‌ପିଜି ଗ୍ୟାସ୍ ଦର; ସିଲିଣ୍ଡର ପିଛା ୧୮୩.୫୦ ଟଙ୍କା ହ୍ରାସ

କମିଲା କମର୍ସିଆଲ୍ ଏଲ୍‌ପିଜି ଗ୍ୟାସ୍ ଦର; ସିଲିଣ୍ଡର ପିଛା ୧୮୩.୫୦ ଟଙ୍କା ହ୍ରାସ

by Gulshan Pandey
0 comments

ବ୍ୟବସାୟୀଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଜୁଲାଇ ୧ ତାରିଖରୁ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡରର ଦର ସିଲିଣ୍ଡର ପିଛା ୧୮୩ ଟଙ୍କା ୫୦ ପଇସା କମାଯାଇଛି। ନୂଆ ଦର ଅନୁଯାୟୀ, ୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡରର ମୂଲ୍ୟ ୨,୯୩୦ ଟଙ୍କା ହୋଇଛି।

ଏହି ଦର ହ୍ରାସ ଫଳରେ ହୋଟେଲ, ରେଷ୍ଟୁରାଣ୍ଟ, ଢାବା, କ୍ୟାଟରିଂ ସେବା ଏବଂ କମର୍ସିଆଲ୍ ଏଲ୍‌ପିଜି ଉପରେ ନିର୍ଭରଶୀଳ ଅନ୍ୟାନ୍ୟ ବ୍ୟବସାୟୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏହା ଦ୍ୱାରା ସେମାନଙ୍କ ପରିଚାଳନା ଖର୍ଚ୍ଚ କିଛି ପରିମାଣରେ କମିବ।

ତେବେ ସାଧାରଣ ଉପଭୋକ୍ତାଙ୍କ ପାଇଁ ଏଥର କୌଣସି ଆଶ୍ୱସ୍ତି ମିଳିନାହିଁ। ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲ୍‌ପିଜି ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପୂର୍ବଭଳି ଏହାର ଦର ବଳବତ୍ତର ରହିଛି।

ପ୍ରତି ମାସର ପ୍ରଥମ ଦିନରେ ତୈଳ ବିପଣନ କମ୍ପାନୀଗୁଡ଼ିକ ଆନ୍ତର୍ଜାତିକ ବଜାରର ସ୍ଥିତି, ଅପରେସନାଲ୍ ଖର୍ଚ୍ଚ ଓ ଅନ୍ୟାନ୍ୟ ବାଣିଜ୍ୟିକ କାରଣକୁ ଆଧାର କରି ଏଲ୍‌ପିଜି ସିଲିଣ୍ଡର ଦରରେ ସଂଶୋଧନ କରିଥାନ୍ତି। ଏଥର କେବଳ କମର୍ସିଆଲ୍ ସିଲିଣ୍ଡରର ଦର ହ୍ରାସ ପାଇଥିବାବେଳେ ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି।

You may also like

Leave a Comment