Home Featuredବାଲି ମାଫିଆଙ୍କ ବିରୋଧରେ ପ୍ରଶାସନର ବଡ଼ ଆକ୍ସନ୍; ୨ କୋଟିରୁ ଅଧିକ ଟଙ୍କାର ବେଆଇନ ବାଲି ଜବତ

ବାଲି ମାଫିଆଙ୍କ ବିରୋଧରେ ପ୍ରଶାସନର ବଡ଼ ଆକ୍ସନ୍; ୨ କୋଟିରୁ ଅଧିକ ଟଙ୍କାର ବେଆଇନ ବାଲି ଜବତ

by Gulshan Pandey
0 comments

ଜଗତସିଂହପୁର ଜିଲ୍ଲାରେ ସକ୍ରିୟ ବାଲି ମାଫିଆଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ପୁଣି ଥରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ବେଆଇନ ବାଲି କାରବାର ଉପରେ ଲଗାତାର ଚଢ଼ାଉ ଜାରି ରଖି ପ୍ରଶାସନ ବ୍ୟାପକ ପରିମାଣର ବାଲି ଜବତ କରିଛି।

ଗତ ଚାରି ଦିନ ତଳେ ବିରିଡି ବ୍ଲକର ସଙ୍ଖାରିସାହି ଅଞ୍ଚଳରେ ଚଢ଼ାଉ କରି ପ୍ରଶାସନ ପ୍ରାୟ ୫୦୦ ଟ୍ରିପ୍ ବେଆଇନ ଭାବେ ଗଚ୍ଛିତ ବାଲି ଜବତ କରିଥିଲା। ଏହାପରେ ଗତକାଲି ରାତିରେ ନାଉଗାଁ ତହସିଲର ଏରେଡା ଓ ବୋଦର ନିକଟରେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ୯୦୦ରୁ ଅଧିକ ଟ୍ରିପ୍ ବେଆଇନ ଭାବେ ଗଚ୍ଛିତ ବାଲି ଜବତ କରିଛି।

ପ୍ରଶାସନର ସୂଚନା ଅନୁଯାୟୀ, ଜବତ ବାଲିର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ। ଘଟଣାସ୍ଥଳରେ ଆଜି ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଜାରି କରାଯାଇଛି। ସେହିପରି, ଜବତ ହୋଇଥିବା ସମସ୍ତ ବାଲିକୁ ନିଲାମ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ବେଆଇନ ବାଲି କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

You may also like

Leave a Comment