ବ୍ରହ୍ମପୁର: ଗେଟ୍ ବଜାର ଫ୍ଲାଏଓଭର ନିର୍ମାଣକୁ ନେଇ ଉଠିଥିବା ନିମ୍ନମାନର କାମ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗ ପରେ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ଏକ ଉଚ୍ଚସ୍ତରୀୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି।
ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଟିମ୍ ଫ୍ଲାଏଓଭର ନିର୍ମାଣର ବିଭିନ୍ନ ଦିଗ ଯାଞ୍ଚ କରୁଛି। ବିଶେଷକରି ନିର୍ମାଣ କାମର ମାନ, ବ୍ୟବହୃତ ସାମଗ୍ରୀ ଓ ନିର୍ମାଣ ପ୍ରକ୍ରିୟା ସମ୍ପର୍କିତ ବିଷୟକୁ ନେଇ ଯାଞ୍ଚ କରାଯାଉଛି।
ଏହା ପୂର୍ବରୁ ଦୁଇ ଦିନ ତଳେ ପୂର୍ତ୍ତ ବିଭାଗର ସଚିବ ମଧ୍ୟ ଗେଟ୍ ବଜାର ଫ୍ଲାଏଓଭରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ନିର୍ମାଣକାର୍ଯ୍ୟର ଗୁଣବତ୍ତାକୁ ନେଇ ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି।
ତେବେ ଉଚ୍ଚସ୍ତରୀୟ ଟିମ୍ର ତଦନ୍ତ ରିପୋର୍ଟ ଆସିବା ପରେ ଫ୍ଲାଏଓଭର ନିର୍ମାଣରେ କୌଣସି ଅନିୟମିତତା କିମ୍ବା ନିମ୍ନମାନର କାମ ହୋଇଛି କି ନାହିଁ, ସେନେଇ ସ୍ପଷ୍ଟ ଚିତ୍ର ମିଳିବ।
