Home Featuredକମ୍ବଳ ଭିତରେ ଲୁଚାଇ ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ, ୧୦୦ କେଜି ଗଞ୍ଜେଇ ଜବତ,୪ ଗିରଫ

କମ୍ବଳ ଭିତରେ ଲୁଚାଇ ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ, ୧୦୦ କେଜି ଗଞ୍ଜେଇ ଜବତ,୪ ଗିରଫ

by Gulshan Pandey
0 comments

ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ପୋଲିସକୁ ବଡ଼ ସଫଳତା ମିଳିଛି। କାଲିମେଳା ଅଞ୍ଚଳରେ ଚଢ଼ାଉ କରି ପୋଲିସ ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଉତ୍ତରପ୍ରଦେଶର ବାସିନ୍ଦା ହୋଇଥିବାବେଳେ ଅନ୍ୟ ଜଣେ ମାଲକାନଗିରିର ସ୍ଥାନୀୟ ଯୋଗାଣକାରୀ ବୋଲି ଜଣାପଡ଼ିଛି।

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନେ ଗଞ୍ଜେଇକୁ କମ୍ବଳ ଭିତରେ ଲୁଚାଇ ଚୋରା ଚାଲାଣ କରୁଥିଲେ। କମ୍ବଳ ବ୍ୟବସାୟ ଆଳରେ ଗଞ୍ଜେଇକୁ ରାଜ୍ୟ ବାହାରକୁ ପଠାଇବାକୁ ଯୋଜନା କରାଯାଇଥିଲା। ଏହାଦ୍ୱାରା ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଙ୍କ ନଜରରୁ ବଞ୍ଚିଯିବାକୁ ଚେଷ୍ଟା କରୁଥିଲେ ଅଭିଯୁକ୍ତମାନେ।

ତେବେ ଏହି ଚୋରା ଚାଲାଣ ସମ୍ପର୍କରେ ପୋଲିସ ପୂର୍ବରୁ ଗୁପ୍ତ ସୂଚନା ପାଇଥିଲା। ଏହାପରେ କାଲିମେଳା ଅଞ୍ଚଳରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ଚୋରା ଚାଲାଣକୁ ଅଟକାଇଥିଲା। ଚଢ଼ାଉ ବେଳେ କମ୍ବଳ ଭିତରେ ଲୁଚାଇ ରଖାଯାଇଥିବା ୧୦୦ କେଜି ଗଞ୍ଜେଇ ଜବତ କରାଯାଇଥିଲା।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗଞ୍ଜେଇ ଚୋରା ଚାଲାଣ ପଛରେ ଏକ ଆନ୍ତର୍ରାଜ୍ୟ ରାକେଟ୍ କାର୍ଯ୍ୟ କରୁଥାଇପାରେ। ଉତ୍ତରପ୍ରଦେଶରୁ ଆସିଥିବା ୩ ଜଣ ଅଭିଯୁକ୍ତ ଏବଂ ସ୍ଥାନୀୟ ଯୋଗାଣକାରୀଙ୍କ ମଧ୍ୟରେ ଯୋଗସୂତ୍ର ରହିଥିବା ସନ୍ଦେହ କରାଯାଉଛି।

ମାଲକାନଗିରି ଏସପି ବିନୋଦ ପାଟିଲ କହିଛନ୍ତି ଯେ, ପୋଲିସ ୧୦୦ କେଜି ଗଞ୍ଜେଇ ଜବତ କରିଛି। ଗିରଫ ୪ ଜଣଙ୍କ ମଧ୍ୟରୁ ୩ ଜଣ ଉତ୍ତରପ୍ରଦେଶର ହୋଇଥିବାବେଳେ ଜଣେ ସ୍ଥାନୀୟ ଯୋଗାଣକାରୀ ଅଛନ୍ତି। ସେମାନେ କମ୍ବଳ ଭିତରେ ଗଞ୍ଜେଇ ପ୍ୟାକ୍ କରି ଚୋରା ଚାଲାଣ କରୁଥିଲେ।

ଏହି ଗଞ୍ଜେଇ କେଉଁ ସ୍ଥାନକୁ ପଠାଯିବାର ଯୋଜନା ଥିଲା, ସେନେଇ ପୋଲିସ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ତେବେ ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ ହେବାର ସନ୍ଦେହ କରାଯାଉଛି।

ଘଟଣାରେ ଏନଡିପିଏସ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୋଲିସ ଏବେ ଏହି ଚୋରା ଚାଲାଣ ରାକେଟ୍ ସହ ଆଉ କେଉଁମାନେ ଜଡିତ ଅଛନ୍ତି, ସେନେଇ ତଦନ୍ତ ଜାରି ରଖିଛି।

ଏସପି ବିନୋଦ ପାଟିଲ କହିଛନ୍ତି ଯେ, “ନିଶାମୁକ୍ତ ଓଡ଼ିଶା ଏବଂ ନିଶାମୁକ୍ତ ମାଲକାନଗିରି” ଗଠନ କରିବା ହିଁ ପୋଲିସର ଲକ୍ଷ୍ୟ। ସେଥିପାଇଁ ଜିଲ୍ଲାରେ ନିଶା କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ ପୋଲିସ ଜବତ ହୋଇଥିବା ଗଞ୍ଜେଇର ଉତ୍ସ ଖୋଜିବା ସହ ଏହି ଚକ୍ରର ସଂପୂର୍ଣ୍ଣ ନେଟୱର୍କକୁ ଠାବ କରିବା ପାଇଁ ତଦନ୍ତ ଚଳାଇଛି।

You may also like

Leave a Comment