Home Featuredମଦମୁକ୍ତ ଆନ୍ଦୋଳନରେ ଡଙ୍ଗରିଆ ସମାଜ

ମଦମୁକ୍ତ ଆନ୍ଦୋଳନରେ ଡଙ୍ଗରିଆ ସମାଜ

by Lokanath Panigrahi
0 comments

ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅଧୀନ କୁର୍ଲୀ ପଞ୍ଚାୟତକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ୨୩ଟି ଡଙ୍ଗରିଆ ଗ୍ରାମର ଲୋକେ ଏକଜୁଟ ହୋଇ ମଦ ବିରୋଧୀ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଗୁରୁବାର କୁର୍ଲୀଠାରେ ଆୟୋଜିତ ଏକ ବୈଠକରେ ଗ୍ରାମବାସୀ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ସର୍ବସମ୍ମତିକ୍ରମେ ସଂକଳ୍ପ ନେଇଥିଲେ।କୁର୍ଲୀ ସରପଞ୍ଚ ସୁବର୍ଦ୍ଧିନୀ ୱାଡକାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ୨୩ଟି ଗ୍ରାମର ପୁରୁଷ ଓ ମହିଳାମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ବୈଠକରେ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ମଦ କାରବାର ବନ୍ଦ କରିବା ସହ ମଦ ପ୍ରସ୍ତୁତ ଓ ବିକ୍ରି ଉପରେ କଠୋର ନଜର ରଖିବାକୁ ନିଷ୍ପତ୍ତି ହୋଇଥିଲା।

ଏହାପରେ ଗ୍ରାମବାସୀ ବେଆଇନ ମଦ ଭାଟିଗୁଡ଼ିକରେ ପହଞ୍ଚି ସେଠାରେ ରହିଥିବା ମହୁଲ ଓ ସପୁରୀରୁ ପ୍ରସ୍ତୁତ ମଦ ସହ ବିପୁଳ ପରିମାଣର ପୋଚକୁ ନଷ୍ଟ କରିଥିଲେ। ସୂଚନା ଅନୁସାରେ, ପ୍ରାୟ ଦୁଇ ହଜାର ଲିଟରରୁ ଅଧିକ ମଦ ଓ ପୋଚ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ସେଥିସହ ବେଆଇନ ମଦ ବ୍ୟବସାୟୀମାନଙ୍କୁ ଭବିଷ୍ୟତରେ ଏହି ଅଞ୍ଚଳରେ ମଦ ବିକ୍ରି ନ କରିବାକୁ ସତର୍କ କରାଯାଇଛି।

ଏହି ନିଶାମୁକ୍ତ ଅଭିଯାନରେ ସ୍ଥାନୀୟ ଡଙ୍ଗରିଆ ସମାଜର ବରିଷ୍ଠ ସଦସ୍ୟ, ଦିସାରୀ ଓ ଗ୍ରାମ ପ୍ରତିନିଧିମାନେ ସକ୍ରିୟ ଭୂମିକା ନେଇଛନ୍ତି। ସମାଜକୁ ନିଶାମୁକ୍ତ କରିବା ଏବଂ ଯୁବପିଢ଼ିକୁ ମଦ ନିଶାରୁ ଦୂରେଇ ରଖିବା ପାଇଁ ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।

You may also like

Leave a Comment