Home Odishaଧଳା ବାଘ ପାଇଁ ବିଶ୍ୱରେ ନନ୍ଦନକାନନର ରେକର୍ଡ, Guinness World Records ରେ ଓଡ଼ିଶାର ନାଁ

ଧଳା ବାଘ ପାଇଁ ବିଶ୍ୱରେ ନନ୍ଦନକାନନର ରେକର୍ଡ, Guinness World Records ରେ ଓଡ଼ିଶାର ନାଁ

by Lokanath Panigrahi
0 comments

ଭୁବନେଶ୍ୱର: ଧଳା ବାଘ ପାଇଁ ବିଶ୍ୱସ୍ତରରେ ପରିଚିତ ଓଡ଼ିଶାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନାଁରେ ରହିଛି ଏକ ବିଶେଷ ରେକର୍ଡ। Guinness World Recordsର ତଥ୍ୟ ଅନୁଯାୟୀ, ଏକ ସମୟରେ ୩୪ଟି ଧଳା ବାଘ ରଖି ନନ୍ଦନକାନନ ବିଶ୍ୱର ସର୍ବାଧିକ ଧଳା ବାଘ ଥିବା ପ୍ରାଣୀ ଉଦ୍ୟାନ ଭାବେ ରେକର୍ଡ କରିଥିଲା।

Guinness World Records ର ୱେବସାଇଟରେ “Largest population of white tigers” ଶୀର୍ଷକ ଅଧୀନରେ ଏହି ରେକର୍ଡର ଧାରକ ଭାବେ ନନ୍ଦନକାନନର ନାଁ ଉଲ୍ଲେଖ ହୋଇଛି। ସେଠାରେ ସ୍ଥାନ ଭାବେ India (Orissa) ଏବଂ ସଂଖ୍ୟା ଭାବେ 34 total number ଦର୍ଶାଯାଇଛି।

ନନ୍ଦନକାନନରେ ଦୀର୍ଘଦିନ ଧରି ଧଳା ବାଘଙ୍କ ସଫଳ ପ୍ରଜନନ କରାଯାଇଛି। ଏଠାରେ ଜନ୍ମିଥିବା ଅନେକ ଧଳା ବାଘକୁ ଦେଶ ଓ ବିଦେଶର ଅନ୍ୟ ପ୍ରାଣୀ ଉଦ୍ୟାନକୁ ମଧ୍ୟ ପଠାଯାଇଛି।

Guinnessରେ ଥିବା ତଥ୍ୟ ଅନୁସାରେ, ବର୍ତ୍ତମାନ ବନ୍ଦୀ ଅବସ୍ଥାରେ ଥିବା ଧଳା ବାଘମାନଙ୍କର ବଂଶ ପରମ୍ପରା ‘ମୋହନ’ ନାମକ ଏକ ନର ଧଳା ବାଘ ସହ ଜଡିତ। ୧୯୫୧ ମସିହାରେ ତତ୍କାଳୀନ ରେୱା ରାଜ୍ୟର ଜଙ୍ଗଲରୁ ମୋହନକୁ ଶାବକ ଅବସ୍ଥାରେ ଧରାଯାଇଥିଲା।

ଧଳା ବାଘ କୌଣସି ଅଲଗା ପ୍ରଜାତି ନୁହେଁ। ଏହା ବେଙ୍ଗଲ ଟାଇଗର୍ସର ଏକ ବିଶେଷ ଜନ୍ୟୁଗତ ରଙ୍ଗରୂପ। ଧଳା ଚମଡ଼ା, ହାଲୁକା ବାଦାମୀ ଧାରୀ ଏବଂ ନୀଳ ଆଖି ଏମାନଙ୍କର ବିଶେଷ ପରିଚୟ।

ଏହି ବିଶ୍ୱ ରେକର୍ଡ ଓଡ଼ିଶାର ନନ୍ଦନକାନନକୁ କେବଳ ଦେଶରେ ନୁହେଁ, ବିଶ୍ୱର ପ୍ରସିଦ୍ଧ ପ୍ରାଣୀ ଉଦ୍ୟାନମାନଙ୍କ ମଧ୍ୟରେ ଏକ ବିଶେଷ ପରିଚୟ ଦେଇଛି।

You may also like

Leave a Comment