Home Odishaନିର୍ଯାତନା ମାମଲା ରଦ୍ଦ ପାଇଁ ଅନୁଭବଙ୍କ ଆବେଦନ: ରାଜ୍ୟ ସରକାର ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନିର୍ଯାତନା ମାମଲା ରଦ୍ଦ ପାଇଁ ଅନୁଭବଙ୍କ ଆବେଦନ: ରାଜ୍ୟ ସରକାର ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

by Gulshan Pandey
0 comments

ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଦାଖଲ ହୋଇଥିବା ନିର୍ଯାତନା ମାମଲା ରଦ୍ଦ କରିବାକୁ ଦାଖଲ ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ରାଜ୍ୟ ସରକାର ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନୋଟିସ୍ ଜାରି କରିଛନ୍ତି।

ସୂଚନା ଅନୁଯାୟୀ, ଅନୁଭବ ମହାନ୍ତି ତାଙ୍କ ବିରୋଧରେ ଚାଲୁଥିବା ନିର୍ଯାତନା ସମ୍ପର୍କିତ ଆପରାଧିକ ମାମଲାକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆବେଦନରେ ସେ ମାମଲାର ବୈଧତା ଏବଂ ବିଭିନ୍ନ ଆଇନଗତ ପ୍ରସଙ୍ଗ ଉପସ୍ଥାପନ କରିଥିବା ଜଣାପଡ଼ିଛି।

ମାମଲାର ପ୍ରାରମ୍ଭିକ ଶୁଣାଣି ବେଳେ ସୁପ୍ରିମକୋର୍ଟ ପକ୍ଷରୁ ଓଡ଼ିଶା ସରକାର ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କରାଯାଇଛି। ଏହା ସହ ମାମଲା ସମ୍ପର୍କରେ ସେମାନଙ୍କ ପକ୍ଷ ରଖିବାକୁ କୁହାଯାଇଛି। ନୋଟିସ୍‌ର ଜବାବ ମିଳିବା ପରେ ପରବର୍ତ୍ତୀ ଶୁଣାଣିରେ ଅଦାଲତ ମାମଲା ଉପରେ ଆଗାମୀ ପଦକ୍ଷେପ ନିର୍ଣ୍ଣୟ କରିବେ।

ଉଲ୍ଲେଖଯୋଗ୍ୟ ଯେ, ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାହିକ ବିବାଦକୁ ନେଇ ଦୀର୍ଘ ଦିନ ଧରି ବିଭିନ୍ନ ଅଦାଲତରେ ଆଇନଗତ ଲଢ଼େଇ ଚାଲିଆସୁଛି। ଏହି ପ୍ରସଙ୍ଗରେ ଦାଖଲ ହୋଇଥିବା ନିର୍ଯାତନା ମାମଲାକୁ ରଦ୍ଦ କରିବା ପାଇଁ ଅନୁଭବଙ୍କ ଆବେଦନ ଏବେ ନୂଆ ଆଇନଗତ ମୋଡ଼ ନେଇଛି। ସୁପ୍ରିମକୋର୍ଟଙ୍କ ଏହି ନୋଟିସ୍ ପରେ ମାମଲାର ପରବର୍ତ୍ତୀ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି।

ଅଭିନେତ୍ରୀ ବ‌ର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଓ ଧମକ ଅଭିଯୋଗକୁ ନେଇ କଟକ ଜେଏମ୍‌ଏଫ୍‌ସି ଅଦାଲତରେ ବିଚାରାଧୀନ ମାମଲା ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏଥି ସହିତ ଏ ସଂପର୍କିତ ଓଡ଼ିଶା ହାଇକୋର୍ଟଙ୍କ ୨୦୨୬ ଜାନୁଆରି ୩୦ର ରାୟକୁ ଚ୍ୟାଲେଞ୍ଜ କରି ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦାୟର କରିଥିବା ମାମଲାରେ ରାଜ୍ୟ ସରକାର ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଜଷ୍ଟିସ୍‌ ସନ୍ଦୀପ ମେହତା ଓ ଜଷ୍ଟିସ୍‌ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଭବ ମହାନ୍ତି, ସୁଜିତ ଦଳାଇ, ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଅଗଷ୍ଟ ୭କୁ ମାମଲାର ପରବର୍ତ୍ତୀ ଶୁଣାଣି ହେବ। 

ଉଲ୍ଲେଖଯୋଗ୍ୟ, ଜେଏମ୍‌ଏଫ୍‌ସି ଅଦାଲତରେ ବିଚାରାଧୀନ ମାମଲାରେ ଅନୁଭବ ଦାୟର କରିଥିବା ଡିସଚାର୍ଜ ପିଟିସନ୍‌ ୨୦୨୪ରେ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅନୁଭବ ଓ ଅନ୍ୟ ଦୁଇଜଣଙ୍କ ତରଫରୁ ଦାୟର ଆବେଦନକୁ ହାଇକୋର୍ଟ ୨୦୨୬ ଜାନୁଆରି ୩୦ରେ ଖାରଜ କରିଥିଲେ। ଡିସଚାର୍ଜ ପିଟିସନ୍‌ ଖାରଜ ସଂପର୍କିତ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ କାଏମ୍‌ ରହିଥିଲା। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଅନୁଭବ ଓ ଅନ୍ୟ ଦୁଇଜଣ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

You may also like

Leave a Comment