Home Featuredକଟକ ବଡ଼ ମେଡିକାଲରେ ରୋଗୀ ମୃତ୍ୟୁକୁ ନେଇ ଅଭିଯୋଗ

କଟକ ବଡ଼ ମେଡିକାଲରେ ରୋଗୀ ମୃତ୍ୟୁକୁ ନେଇ ଅଭିଯୋଗ

by Sunita Jena
0 comments

କଟକ ଏସ୍‌ସିବି ମେଡିକାଲର ମାନସିକ ରୋଗ ବିଭାଗରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଯାଜପୁର ଅଞ୍ଚଳର ଶ୍ରୀକାନ୍ତ ଦାସ ନାମକ ଜଣେ ରୋଗୀ ନିଶାମୁକ୍ତି ଚିକିତ୍ସା ପାଇଁ ଏସ୍‌ସିବିର ମାନସିକ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ।

ପରିବାରର ଅଭିଯୋଗ ଅନୁସାରେ, ଗତକାଲି ଶ୍ରୀକାନ୍ତଙ୍କୁ ହସ୍ପିଟାଲରେ ଥିବା ସୁରକ୍ଷାକର୍ମୀ ଓ ଜଣେ ଅଟେଣ୍ଡାଣ୍ଟ ମାଡ଼ ମାରିଥିଲେ। ଏହି ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିବା ଏବଂ ପରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ମୃତକଙ୍କ ସାନଭାଇ ବିନୋଦ ବିହାରୀ ଦାସ ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ଶ୍ରୀକାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ମୃତ୍ୟୁ ପୂର୍ବରୁ ତାଙ୍କ ସହ କ’ଣ ଘଟିଥିଲା ଏବଂ ସୁରକ୍ଷାକର୍ମୀ ଓ ଅଟେଣ୍ଡାଣ୍ଟଙ୍କ ବିରୋଧରେ ଆସିଥିବା ଅଭିଯୋଗରେ କେତେ ସତ୍ୟତା ରହିଛି, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

You may also like

Leave a Comment