ପୁରୀ ରଥଯାତ୍ରା ନିକଟତର ହେଉଥିବା ବେଳେ ଭକ୍ତମାନଙ்କୁ ସତର୍କ ରହିବାକୁ ଆହ୍ୱାନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ‘ଶ୍ରୀମନ୍ଦିର’ ନାମରେ ଏକ ଆପ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇ ଭକ୍ତମାନଙ୍କୁ ଧାର୍ମିକ ସେବା ନାମରେ ଦାନ କରିବାକୁ ଆହ୍ୱାନ କରୁଥିବା ବେଳେ, ଏହାକୁ …
Odisha
ସୁସ୍ଥ ହେଲେ ମହାପ୍ରଭୁ; ଗଜପତିଙ୍କୁ ଶୁଭ ସମ୍ବାଦ ଜଣାଇଲେ ଦଇତାପତି, ସମ୍ପନ୍ନ ହେଲା ରାଜପ୍ରସାଦ ବିଜେ ନୀତି
ପୁରୀ ଶ୍ରୀମନ୍ଦିରରେ ଅଣସର ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ସମ୍ପନ୍ନ ହୋଇଛି। ସ୍ନାନ ପୂର୍ଣ୍ଣିମା ପରେ ଅସୁସ୍ଥ ଅବସ୍ଥାରେ ଅଣସର ଘରେ ବିରାଜମାନ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ସୁସ୍ଥ ହୋଇଥିବାର ପରମ୍ପରାଗତ ଘୋଷଣା କରାଯାଇଛି। …
କନ୍ଧମାଳ ଜିଲ୍ଲାରେ ଜଣେ CRPF ଯବାନଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଆତ୍ମହତ୍ୟା ପାଇଁ ପ୍ରରୋଚନା ଦେଇଥିବା ଅଭିଯୋଗରେ ଯବାନଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି। ତଦନ୍ତ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇ ଜେଲ୍ ପଠାଯାଇଛି। ମୃତ ଯବାନ …
ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଏକ ପର୍ବ ନୁହେଁ, ବରଂ ଏହା ଅନେକ ପାରମ୍ପରିକ ନୀତି ଓ ସେବାର ସମନ୍ୱୟ। ରଥ ନିର୍ମାଣର ଦାୟିତ୍ୱ ସପ୍ତ ରଥକାରଙ୍କ ଉପରେ ଥିଲେ ମଧ୍ୟ ଏହି ପବିତ୍ର କାର୍ଯ୍ୟର ଆରମ୍ଭ ଓ …
ଆୟଠାରୁ ଅଧିକ ସମ୍ପତ୍ତି ମାମଲା: OCC ଇଞ୍ଜିନିୟର ସଞ୍ଜୟ କିସପଟ୍ଟାଙ୍କ ଘର ସମେତ ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର: ଆୟଠାରୁ ଅଧିକ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗରେ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ୍ (OCC) ଲିମିଟେଡ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Executive Engineer) ସଞ୍ଜୟ କୁମାର କିସପଟ୍ଟାଙ୍କ ବିରୋଧରେ ସୋମବାର ବଡ଼ ଧରଣର ଚଢ଼ାଉ ଆରମ୍ଭ କରିଛି ଓଡ଼ିଶା ଭିଜିଲାନ୍ସ। ସୂଚନା …
ପୁଣିଥରେ ଇସ୍କନ (ISKCON) ଆୟୋଜିତ ରଥଯାତ୍ରାକୁ ନେଇ ବିବାଦ ଦେଖାଦେଇଛି। କାନାଡାର ଟୋରୋଣ୍ଟୋ ସହରରେ ଜୁଲାଇ ୧୧ ଓ ୧୨ ତାରିଖରେ ଦୁଇ ଦିନିଆ ରଥଯାତ୍ରା ଆୟୋଜନ କରାଯାଇଥିବାବେଳେ ଏହାକୁ ନେଇ ଅନେକ ଜଗନ୍ନାଥ ପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚଳିତ …
କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅଧୀନ ଡାବିରିଘାଟି ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗାଁକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଟ୍ରାକ୍ଟରରେ ହସ୍ପିଟାଲ ନେବାକୁ ପଡ଼ିଥିଲା। ଏହି ସମୟରେ ରାସ୍ତା ମଝିରେ ହିଁ …
ରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା
ଭୁବନେଶ୍ୱର: ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ପୂର୍ବରୁ ପୁରୀରେ ସମୀକ୍ଷା କରିଥିବା ବେଳେ, ଏଥର ସମସ୍ତ ବିଭାଗର …
ପୁରୀ: ଆଜିର ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ରଥ ଟାଣିବାର ସୌଭାଗ୍ୟ ଲାଭ କରୁଥିବା ବେଳେ, ଅତୀତରେ ଏହି ଦାୟିତ୍ୱ ପାଇଁ ସ୍ୱତନ୍ତ୍ର ଭାବେ ନିୟୋଜିତ ହେଉଥିଲେ କଳାବେଠିଆ। ଆଜିର ପିଢ଼ି ପାଇଁ ଏହି ନାମ ଅପରିଚିତ ଲାଗିପାରେ, କିନ୍ତୁ …
ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବାରମ୍ବାର ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବା ଓଡ଼ିଶା ପାଇଁ ସରକାରୀ ଟେଲିକମ୍ କମ୍ପାନୀ BSNL ଏକ ବଡ଼ ପଦକ୍ଷେପ ନେଇଛି। କମ୍ପାନୀ ₹୧.୩୪ ଲକ୍ଷ ମୂଲ୍ୟର ଏକ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି, ଯାହା …
