Home Featuredବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କଠାରୁ ମୋବାଇଲ ଲୁଟ୍, ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଆତଙ୍କ

ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କଠାରୁ ମୋବାଇଲ ଲୁଟ୍, ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଆତଙ୍କ

by Sunita Jena
0 comments

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀଙ୍କୁ ବନ୍ଧୁକ ଦେଖାଇ ମୋବାଇଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।ସୂଚନା ଅନୁସାରେ, ଈଶ୍ୱରପୁର ଫାଣ୍ଡି ଅଧୀନ କାଣ୍ଡଗରଡ଼ି ଗାଁର ସାଇପ୍ରଭା ପାଣିଗ୍ରାହୀ ସ୍କୁଲ ଶେଷ କରି କାନପୁର ଗାଁରେ ଟ୍ୟୁସନ ପଢ଼ାଇଥିଲେ। ଟ୍ୟୁସନ ସାରି ସାଇକେଲରେ ଘରକୁ ଫେରୁଥିବା ସମୟରେ ନୟାପଟଣା ଛକ ନିକଟରେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିବା ଅଭିଯୋଗ ହୋଇଛି।

ଦୁର୍ବୃତ୍ତମାନେ ଏକ ଗାଡ଼ିରେ ଆସି ଶିକ୍ଷୟିତ୍ରୀଙ୍କ ବେକରେ ବନ୍ଧୁକ ଲଗାଇ ମୋବାଇଲ ଛଡ଼ାଇ ନେଇଥିବା କୁହାଯାଉଛି। ଘଟଣା ପରେ ଭୟଭୀତ ହୋଇ ସେ ସାଇକେଲ ଛାଡ଼ି ଘରକୁ ଚାଲିଯାଇଥିଲେ। ପରେ ଘଟଣା ସମ୍ପର୍କରେ ଈଶ୍ୱରପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ସନ୍ଧ୍ୟା ହେଲେ ବଢ଼ୁଛି ଦୁର୍ବୃତ୍ତଙ୍କ ଭୟ

ସନ୍ତରାଗାଡ଼ିଆ ଓ କାନପୁର ଅଞ୍ଚଳରେ ସନ୍ଧ୍ୟା ସମୟରେ ଅସାମାଜିକ ଯୁବକଙ୍କ ଉତ୍ପାତ ବଢ଼ୁଥିବା ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ବଢ଼ାଇବା ସହ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଶୀଘ୍ର ଚିହ୍ନଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି।ପୁଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରି ଲୁଟେରାଙ୍କୁ ଧରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ ହୋଇଛି।

You may also like

Leave a Comment