Home Featuredହୀରାକୁଦରେ ବଢ଼ୁଛି ଜଳସ୍ତର, ୧୫ଟି ଗେଟ୍ ଖୋଲା

ହୀରାକୁଦରେ ବଢ଼ୁଛି ଜଳସ୍ତର, ୧୫ଟି ଗେଟ୍ ଖୋଲା

by Sunita Jena
0 comments

ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳପ୍ରବେଶ ବଢ଼ିବା ସହ ଜଳସ୍ତର ମଧ୍ୟ ଉପରମୁହାଁ ହେଉଛି। ଜଳଭଣ୍ଡାରର ସ୍ଥିତିକୁ ନଜରରେ ରଖି ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ତିନିଟି ପର୍ଯ୍ୟାୟରେ ଆଉ ୮ଟି ଗେଟ୍ ଖୋଲାଯାଇଛି। ଏହାପରେ ହୀରାକୁଦ ବନ୍ଧର ମୋଟ ୧୫ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୯.୯୭ ଫୁଟ୍‌ରେ ପହଞ୍ଚିଥିଲା। ସେହି ସମୟରେ ପ୍ରତି ସେକେଣ୍ଡରେ ପ୍ରାୟ ୨ ଲକ୍ଷ ୨୮ ହଜାର ୪୫୯ କ୍ୟୁସେକ୍‌ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଥିବାବେଳେ ବିଭିନ୍ନ ମାର୍ଗ ଦେଇ ପ୍ରାୟ ୨ ଲକ୍ଷ ୬୯ ହଜାର ୭୪୯ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା।

ମହାନଦୀର ତଳମୁଣ୍ଡରେ ମଧ୍ୟ ଜଳପ୍ରବାହ ଉଲ୍ଲେଖନୀୟ ରହିଛି। ବେଲଗାଁରେ ୨୦ ହଜାର କ୍ୟୁସେକ୍‌, ପର୍ଥଲାରେ ୪୯ ହଜାର ୭୯୯ କ୍ୟୁସେକ୍‌, ଖଇରମାଳରେ ୨ ଲକ୍ଷ ୭୩ ହଜାର କ୍ୟୁସେକ୍‌, ବରମୂଳରେ ୧ ଲକ୍ଷ ୭୯ ହଜାର ୭୫୦ କ୍ୟୁସେକ୍‌ ଏବଂ ମୁଣ୍ଡଳିରେ ୧ ଲକ୍ଷ ୬୩ ହଜାର ୮୧୬ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା।ତ ୨୪ ଘଣ୍ଟାର ବର୍ଷା ତଥ୍ୟ ମଧ୍ୟ ଜଳପ୍ରବାହ ବୃଦ୍ଧିର ଚିତ୍ର ସ୍ପଷ୍ଟ କରୁଛି। ହୀରାକୁଦର ଉପରମୁଣ୍ଡରେ ହାରାହାରି ୪୦.୧୭ ମିଲିମିଟର ଏବଂ ତଳମୁଣ୍ଡରେ ୧୯.୬୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଜଳଭଣ୍ଡାରକୁ ଆସୁଥିବା ପାଣି ଏବଂ ନିଷ୍କାସନ ପରିମାଣ ଉପରେ କର୍ତ୍ତୃପକ୍ଷ ନିୟମିତ ନଜର ରଖିଛନ୍ତି। ମହାନଦୀର ତଳମୁଣ୍ଡରେ ଜଳପ୍ରବାହକୁ ମଧ୍ୟ ନିରନ୍ତର ନିରୀକ୍ଷଣ କରାଯାଉଛି।

You may also like

Leave a Comment