Home Odishaସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ସରକାରଙ୍କୁ ରିପୋର୍ଟ ଦେଲା ୩ ଜଣିଆ କମିଟି, ଏବେ ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ

ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ସରକାରଙ୍କୁ ରିପୋର୍ଟ ଦେଲା ୩ ଜଣିଆ କମିଟି, ଏବେ ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ

by Gulshan Pandey
0 comments

ସ୍କୁଲ ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିର ତଦନ୍ତ ପାଇଁ ଗଠନ କରାଯାଇଥିବା ୩ ଜଣିଆ କମିଟି ନିଜର ରିପୋର୍ଟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାଖଲ କରିଛି। ମୁଖ୍ୟମନ୍ତ୍ରୀ ଦେଇଥିବା ୭ ଦିନର ସମୟସୀମା ମଧ୍ୟରେ କମିଟି ଏହି ରିପୋର୍ଟ ଦାଖଲ କରିଛି।

ବିକାଶ କମିଶନରଙ୍କ ନେତୃତ୍ୱରେ ଗଠିତ ଏହି କମିଟିକୁ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ପାଇଁ କେଉଁ ଅଧିକାରୀ ଓ ସଂସ୍ଥା ଦାୟୀ, ତାହା ଚିହ୍ନଟ କରିବା ସହ ତ୍ରୁଟି କିପରି ହେଲା ସେନେଇ ତଦନ୍ତ କରିବାର ଦାୟିତ୍ୱ ଦିଆଯାଇଥିଲା।

ଚଳିତ ଶିକ୍ଷାବର୍ଷର ପାଠ୍ୟପୁସ୍ତକରେ ଅନେକ ଭୁଲ ଧରାପଡ଼ିବା ପରେ ଶିକ୍ଷକ, ଅଭିଭାବକ ଏବଂ ବିରୋଧୀ ଦଳ ପକ୍ଷରୁ ସମାଲୋଚନା ହୋଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି କମିଟି ଗଠନ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

କମିଟି ପାଠ୍ୟପୁସ୍ତକ ପ୍ରସ୍ତୁତି, ଯାଞ୍ଚ ଏବଂ ପ୍ରକାଶନ ପ୍ରକ୍ରିୟାରେ କେଉଁଠି ତ୍ରୁଟି ହୋଇଥିଲା ଏବଂ କେଉଁ ଅଧିକାରୀ କିମ୍ବା ସଂସ୍ଥା ଏଥିପାଇଁ ଦାୟୀ, ସେନେଇ ତଦନ୍ତ କରିଛି।

ବର୍ତ୍ତମାନ ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିଥିବା ବେଳେ ରାଜ୍ୟ ସରକାର ଏହାକୁ ଖତିଆନ କରିବେ। ରିପୋର୍ଟରେ ଥିବା ସୁପାରିସ ଓ ତଥ୍ୟକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

ପାଠ୍ୟପୁସ୍ତକ ତ୍ରୁଟି ବିବାଦ ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ, ଯେଉଁମାନେ ଏହି ଅବହେଳା ପାଇଁ ଦାୟୀ ବୋଲି ପ୍ରମାଣିତ ହେବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏବେ କମିଟିର ରିପୋର୍ଟ ସରକାରଙ୍କ ହାତରେ ପହଞ୍ଚିଥିବାରୁ, ପାଠ୍ୟପୁସ୍ତକ ତ୍ରୁଟି ପାଇଁ ଦାୟୀ ଅଧିକାରୀ ଓ ସଂସ୍ଥାଙ୍କ ବିରୋଧରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି।

You may also like

Leave a Comment