Home Featuredଓଡ଼ିଶାରେ ଲାଗୁ ହୋଇପାରେ ସମାନ ନାଗରିକ ସଂହିତା, ଖୁବ୍‌ଶୀଘ୍ର ଗଠନ ହେବ ବିଶେଷଜ୍ଞ କମିଟି

ଓଡ଼ିଶାରେ ଲାଗୁ ହୋଇପାରେ ସମାନ ନାଗରିକ ସଂହିତା, ଖୁବ୍‌ଶୀଘ୍ର ଗଠନ ହେବ ବିଶେଷଜ୍ଞ କମିଟି

by Sunita Jena
0 comments

୨୦୨୯ ସୁଦ୍ଧା ଦେଶର ୨୧ଟି ବିଜେପି ଶାସିତ ରାଜ୍ୟରେ ସମାନ ନାଗରିକ ସଂହିତା ବା UCC କାର୍ଯ୍ୟକାରୀ କରିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟ ପରେ ଓଡ଼ିଶାରେ ମଧ୍ୟ ଏହାକୁ ଲାଗୁ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ UCC ପ୍ରସ୍ତୁତି ପାଇଁ ଆଇନ ବିଭାଗକୁ ନୋଡାଲ ବିଭାଗ ଭାବେ ଦାୟିତ୍ୱ ଦେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଏକ ୫ରୁ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇପାରେ। ଏହି କମିଟିର ଅଧ୍ୟକ୍ଷ ଭାବେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଦାୟିତ୍ୱ ଦିଆଯିବା ସମ୍ଭାବନା ରହିଛି। ଏଥିସହ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ସମାଜସେବୀ ଏବଂ ଆଇନ ବିଭାଗର ଜଣେ ଅଧିକାରୀ କମିଟିରେ ରହିପାରନ୍ତି।

ଏହି କମିଟି ବିଭିନ୍ନ ରାଜ୍ୟର UCC ସମ୍ପର୍କିତ ବ୍ୟବସ୍ଥା, ସାମ୍ବିଧାନିକ ନିୟମ, ସୁପ୍ରିମକୋର୍ଟଙ୍କ ରାୟ ଏବଂ ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହୋଇଥିବା UCC ମଡେଲକୁ ଅଧ୍ୟୟନ କରି ଓଡ଼ିଶା ପାଇଁ ଏକ ଚିଠା ଆଇନର ରୂପରେଖ ପ୍ରସ୍ତୁତ କରିପାରେ। UCC ଲାଗୁ ହେଲେ ବିବାହ, ଛାଡ଼ପତ୍ର, ଭରଣପୋଷଣ, ଉତ୍ତରାଧିକାର ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ଭଳି ବ୍ୟକ୍ତିଗତ ଆଇନ କ୍ଷେତ୍ରରେ ଧର୍ମ ଆଧାରିତ ଭିନ୍ନ ନିୟମ ବଦଳରେ ଏକ ସାଧାରଣ ଆଇନ ଲାଗୁ ହୋଇପାରେ। ଏହା ଅନୁସାରେ ଜଣେ ବ୍ୟକ୍ତିଙ୍କ ସ୍ୱାମୀ କିମ୍ବା ସ୍ତ୍ରୀ ଜୀବିତ ଥିବା ସମୟରେ ଦ୍ୱିତୀୟ ବିବାହ ଉପରେ ରୋକ ରହିପାରେ। ବିବାହ ପଞ୍ଜୀକରଣ ମଧ୍ୟ ବାଧ୍ୟତାମୂଳକ ହେବାର ବ୍ୟବସ୍ଥା ଆସିପାରେ।

ସେହିପରି ସମ୍ପତ୍ତି ଉତ୍ତରାଧିକାର କ୍ଷେତ୍ରରେ ପୁଅ ଓ ଝିଅଙ୍କୁ ସମାନ ଅଧିକାର ଦେବା, ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ସମ୍ପତ୍ତି ଅଧିକାର ସୁନିଶ୍ଚିତ କରିବା ଏବଂ ପୋଷ୍ୟ ସନ୍ତାନଙ୍କୁ ମଧ୍ୟ ସମାନ ଅଧିକାର ଦେବା ଭଳି ବ୍ୟବସ୍ଥା ଚିଠା ଆଇନରେ ସ୍ଥାନ ପାଇପାରେ। ଲିଭ୍‌-ଇନ୍‌ ସମ୍ପର୍କକୁ ନେଇ ମଧ୍ୟ ନୂଆ ନିୟମ ଆସିବାର ସମ୍ଭାବନା ରହିଛି। ଏଭଳି ସମ୍ପର୍କର ପଞ୍ଜୀକରଣ, ସମ୍ପର୍କ ଶେଷ କରିବାର ପ୍ରକ୍ରିୟା ଏବଂ ଏଥିରୁ ଜନ୍ମିତ ସନ୍ତାନଙ୍କ ଅଧିକାର ସମ୍ପର୍କରେ ସ୍ପଷ୍ଟ ବ୍ୟବସ୍ଥା କରାଯାଇପାରେ।

ତେବେ ଓଡ଼ିଶା ପାଇଁ UCC ଲାଗୁ କରିବାରେ ସବୁଠାରୁ ବଡ଼ ପ୍ରସଙ୍ଗ ହୋଇପାରେ ଜନଜାତି ସମ୍ପ୍ରଦାୟ। ରାଜ୍ୟରେ ପ୍ରାୟ ୯୫.୯୧ ଲକ୍ଷ ଜନଜାତି ଲୋକ ବସବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ୬୨ଟି ସମ୍ପ୍ରଦାୟ ଓ ୧୩ଟି PVTG ରହିଛନ୍ତି। ବିଭିନ୍ନ ଜନଜାତି ସମ୍ପ୍ରଦାୟର ବିବାହ, ବିଚ୍ଛେଦ ଓ ଉତ୍ତରାଧିକାର ସମ୍ପର୍କିତ ପାରମ୍ପରିକ ବ୍ୟବସ୍ଥା ଭିନ୍ନ ହୋଇଥିବାରୁ UCCରେ ସେମାନଙ୍କୁ ସାମିଲ କରାଯିବ ନା ସ୍ୱତନ

You may also like

Leave a Comment