Home Odishaଶଙ୍ଖ ଭବନରେ ସୁଜାତା–ବବିଙ୍କ ବୈଠକ, ବଢ଼ିଲା ରାଜନୈତିକ ଚର୍ଚ୍ଚା

ଶଙ୍ଖ ଭବନରେ ସୁଜାତା–ବବିଙ୍କ ବୈଠକ, ବଢ଼ିଲା ରାଜନୈତିକ ଚର୍ଚ୍ଚା

by Gulshan Pandey
0 comments

ବିଜେଡି ରାଜନୀତିରେ ପୁଣି ଥରେ ଶଙ୍ଖ ଭବନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଦଳର ନୂତନ ସଦସ୍ୟ ସୁଜାତା ରାଉତ ଓ ବରିଷ୍ଠ ନେତା ବବି ଦାସଙ୍କ ମଧ୍ୟରେ ଶଙ୍ଖ ଭବନରେ ଏକ ବୈଠକ ହୋଇଥିବା ସୂଚନା ମିଳିଛି। ଏହି ବୈଠକକୁ ନେଇ ଦଳୀୟ ଓ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି।

ଗତକାଲି ଆୟୋଜିତ ମିଶ୍ରଣ ପର୍ବରେ ବବି ଦାସଙ୍କ ଅନୁପସ୍ଥିତିକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ସୃଷ୍ଟି ହୋଇଥିଲା। ତେବେ କିଛି ସମୟ ପରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ସୁଜାତା ରାଉତଙ୍କୁ ବିଜେଡି ପରିବାରକୁ ସ୍ୱାଗତ ଜଣାଇଥିଲେ। ଏହାପରେ ତାଙ୍କ ଅନୁପସ୍ଥିତିକୁ ନେଇ ଚାଲିଥିବା ଚର୍ଚ୍ଚା କିଛିଟା ଥମିଥିଲା।

ଏବେ ଶଙ୍ଖ ଭବନରେ ସୁଜାତା ରାଉତ ଓ ବବି ଦାସଙ୍କ ବୈଠକ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଏହାର ରାଜନୈତିକ ଗୁରୁତ୍ୱକୁ ନେଇ ପୁଣି ଆଲୋଚନା ଆରମ୍ଭ ହୋଇଛି। ତେବେ ବୈଠକରେ କେଉଁ ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା, ସେ ସମ୍ପର୍କରେ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ପ୍ରକାଶ କରାଯାଇନାହିଁ।

ଫଳରେ ବୈଠକର ଉଦ୍ଦେଶ୍ୟ ଓ ଏହାର ରାଜନୈତିକ ତାତ୍ପର୍ୟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲେ ମଧ୍ୟ, ଏପର୍ଯ୍ୟନ୍ତ କୌଣସି ଆଧିକାରିକ ତଥ୍ୟ ସାମ୍ନାକୁ ଆସିନାହିଁ। ସେଥିପାଇଁ ଆଗାମୀ ଦିନରେ ଏହି ବୈଠକର ପ୍ରକୃତ ପ୍ରଭାବ କ’ଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

You may also like

Leave a Comment