Home Odishaବନ୍ୟା ପୀଡ଼ିତଙ୍କ ପାଇଁ IMFAର ବଡ଼ ସହାୟତା: CMRFକୁ ୧ କୋଟି ଦାନ, ମୁଖ୍ୟମନ୍ତ୍ରୀଙ୍କୁ ଚେକ୍‌ ହସ୍ତାନ୍ତର

ବନ୍ୟା ପୀଡ଼ିତଙ୍କ ପାଇଁ IMFAର ବଡ଼ ସହାୟତା: CMRFକୁ ୧ କୋଟି ଦାନ, ମୁଖ୍ୟମନ୍ତ୍ରୀଙ୍କୁ ଚେକ୍‌ ହସ୍ତାନ୍ତର

by Akshay Maharana
0 comments

ରାଜ୍ୟର ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ବଡ଼ ପଦକ୍ଷେପ ନେଇଛି IMFA Group। ବନ୍ୟା ପୀଡ଼ିତଙ୍କ ପ୍ରତି ସଦଭାବନା ଓ ସହଯୋଗର ଅଂଶ ଭାବେ Chief Minister’s Relief Fund (CMRF)କୁ ୧ କୋଟି ଟଙ୍କା ଦାନ କରିଛି IMFA।

IMFA Groupର Managing Director ଶ୍ରୀ ଶୁଭ୍ରକାନ୍ତ ପଣ୍ଡା ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ୧ କୋଟି ଟଙ୍କାର ଚେକ୍‌ ହସ୍ତାନ୍ତର କରିଛନ୍ତି।

ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ଲୋକଙ୍କ ଜୀବନ ପ୍ରଭାବିତ ହୋଇଥିବା ବେଳେ ରିଲିଫ୍‌, ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଏଭଳି ସମୟରେ IMFAର ଏହି ଆର୍ଥିକ ସହଯୋଗ ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା ଓ ରିଲିଫ୍‌ କାର୍ଯ୍ୟରେ ଉପଯୋଗ ହେବ।

IMFA ପକ୍ଷରୁ ଏହି ସହାୟତାକୁ କେବଳ ଆର୍ଥିକ ଅବଦାନ ନୁହେଁ, ବରଂ ଦୁର୍ବିପାକ ସମୟରେ ଓଡ଼ିଶାବାସୀଙ୍କ ପାଖରେ ଠିଆ ହେବାର ଏକ ସାମାଜିକ ଦାୟିତ୍ୱ ଓ ସଦଭାବନାର ପଦକ୍ଷେପ ଭାବେ ଦେଖାଯାଉଛି।

ବନ୍ୟା ପରବର୍ତ୍ତୀ ରିଲିଫ୍‌ ଓ ପୁନରୁଦ୍ଧାର ପ୍ରକ୍ରିୟାରେ ସରକାରୀ ପ୍ରୟାସ ସହ ବେସରକାରୀ ସଂସ୍ଥା ଓ ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। IMFAର ଏହି ଅବଦାନ ଏହି ସାମୂହିକ ସହଯୋଗକୁ ଆହୁରି ମଜବୁତ କରିଛି।

You may also like

Leave a Comment