ନେତାଜୀ ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ଦଶମ ଅନ୍ତର୍ଜାତୀୟ ଇଣ୍ଡିଆନ୍ ଚ୍ୟାଲେଞ୍ଜର କପ୍ କରାଟେ ପ୍ରତିଯୋଗିତାରେ ଓଡ଼ିଶାର କରାଟେକାମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ରାଜ୍ୟ ଦଳ ୫୧ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ସହ ମୋଟ ୬୬ଟି ପଦକ ଜିତି ନିଜ ଦକ୍ଷତାର ପରିଚୟ ଦେଇଛି।
ଏହି ସଫଳତା ପାଇଁ ଓଡ଼ିଶା କରାଟେ ସଂଘ ପକ୍ଷରୁ ସମସ୍ତ ପଦକ ବିଜେତା ଓ ସେମାନଙ୍କ ପ୍ରଶିକ୍ଷକଙ୍କୁ ଅଭିନନ୍ଦନ ଜଣାଯାଇଛି। ସଂଘ କହିଛି ଯେ, ଖେଳାଳିମାନଙ୍କ କଠିନ ପରିଶ୍ରମ, ଶୃଙ୍ଖଳା ଓ ନିରନ୍ତର ଅଭ୍ୟାସ ଏହି ସଫଳତାର ମୂଳ କାରଣ।
ପ୍ରତିଯୋଗିତାରେ ଊର୍ଜା ସାମନ୍ତ, ରିସାନ ଦାସ, ଜିତିକା ସାମନ୍ତ, ଜିତିଶା ସାମନ୍ତ, ଆଦ୍ଭିକ ନାୟକ, ପ୍ରତୀକ୍ଷା ପଣ୍ଡା, ସୂର୍ଯ୍ୟାଂଶ ପଣ୍ଡା ଓ ଈଶାନୀ ପଣ୍ଡା ପ୍ରତ୍ୟେକ ଦୁଇଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତି ଦଳର ସଫଳତାରେ ବଡ଼ ଅବଦାନ ରଖିଥିଲେ। ଏହା ବ୍ୟତୀତ ନ୍ୟାସା କୁମାରୀ, ଦିବ୍ୟପ୍ରସାଦ ନାୟକ, ରୋଶନ ସାଇ ପାଲ, ଓମ୍ ସତ୍ୟମ ମହାନ୍ତି, ସ୍ନିଗ୍ଧା ସୁବୁଦ୍ଧି, ତୁଷାର ବିଶ୍ୱାଳ, ରାଜୀବ ଭୋଇ, ପଲକ ପରିହା, ଦେବାଶ୍ରିତା ମହାନ୍ତି, ସଞ୍ଜେଲ ମୁର୍ମୁ, ସଞ୍ଜନା ମୁର୍ମୁ, ସାହେବ ବେରା, ସାରଣ ସୋରେଣ, ଶ୍ରେୟାନ ମାଝୀ, ଏ. ଯଶବନ୍ତ କୁମାର, ଇନ୍ଦ୍ରାଣୀ ବେରା, ଜ୍ୟେଜିତ ସାମନ୍ତ, ତ୍ରିଲୋଚନ ରଣା, ତ୍ରିନାଥ ରଣା, ଚନ୍ଦନା ପ୍ରିୟଦର୍ଶିନୀ, ସୌରଜିତ ଦାସ, ସ୍ୱୟଂ ପ୍ରକାଶ ଶତପଥୀ, ସୁମନା ଦାସ, ସୁଜ୍ଞାନୀ ସାବତ, ଆଦ୍ୟାଶା ପ୍ରିୟଦର୍ଶିନୀ, ଶଶାଙ୍କ ମହାରଣା, ବିଦ୍ୟାଂଶୁ ସାହୁ, ଦିଶାନ୍ତିକା ପଣ୍ଡା, ଶ୍ରେୟା ଶୁଭଦର୍ଶିନୀ, ରେୟାଂଶୁ ପଣ୍ଡା, ଦିବିତ ସ୍ୱାଇଁ, ଲୈଲେଶ ବିଶ୍ୱାଳ, ମୋକ୍ଷିତା ପଣ୍ଡା ଏବଂ ସୂର୍ଯ୍ୟ ନାରାୟଣ ମାର୍ଥା ନିଜ ନିଜ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ରୌପ୍ୟ ପଦକ ବିଜେତାଙ୍କ ମଧ୍ୟରେ ରୋହିତ କୁମାର ସ୍ୱାଇଁ, ଓମ୍ ଶୁଭମ ମହାନ୍ତି, ଆଦ୍ୟାଶା ଷଡ଼ଙ୍ଗୀ, ଅଙ୍କୁଶ କୁମାର ବାରିକ, ମାର ବାରିକ, ସାହେବ ବେରା, ସୁମନା ଦାସ, ସୋହମ ସ୍ୱାଇଁ, ଶୁଭଙ୍କର ଦେବନାଥ, ଆୟୁଷ୍ମାନ ପାତ୍ର ଏବଂ ଆହାନ୍ନା ଜୋଷୀ ରହିଛନ୍ତି।
ଏହି ସଫଳତା ଓଡ଼ିଶାରେ କରାଟେ ଖେଳର ବିକାଶ ଏବଂ ଉଦୀୟମାନ ଖେଳାଳିଙ୍କ ପ୍ରତିଭାର ସ୍ପଷ୍ଟ ପ୍ରମାଣ ବୋଲି କ୍ରୀଡ଼ା ମହଳରେ ମତ ପ୍ରକାଶ ପାଇଛି।
