କଳାହାଣ୍ଡି-କନ୍ଧମାଳରେ ଅତିପ୍ରବଳ ବର୍ଷା ଆଶଙ୍କା; ୫ ଜିଲ୍ଲାକୁ ଅରେଞ୍ଜ ଓ ୧୫ ଜିଲ୍ଲାକୁ ୟେଲୋ ଚେତାବନ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ଏହା ସହ ଜଡ଼ିତ ପାଣିପାଗ ପ୍ରଣାଳୀ ଯୋଗୁଁ ଓଡ଼ିଶାରେ ପୁଣି ଥରେ ବର୍ଷାର ପ୍ରକୋପ ବଢ଼ିବାର ସମ୍ଭାବନା ଦେଖାଦେଇଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ସହ ଘଡ଼ଘଡ଼ି ହୋଇପାରେ। କେତେକ ସ୍ଥାନରେ ବର୍ଷାର ପରିମାଣ ବେଶ୍ ଅଧିକ ରହିବା ନେଇ ପାଣିପାଗ ବିଭାଗ ସତର୍କ କରିଛି।
ସବୁଠାରୁ ଗୁରୁତର ସତର୍କତା କଳାହାଣ୍ଡି ଓ କନ୍ଧମାଳ ପାଇଁ ଜାରି ହୋଇଛି। ଏହି ଦୁଇ ଜିଲ୍ଲାରେ କେତେକ ସ୍ଥାନରେ ଭାରୀରୁ ଅତିଭାରୀ ବର୍ଷା ଏବଂ ବିଚ୍ଛିନ୍ନ ଅଞ୍ଚଳରେ ଅତ୍ୟଧିକ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଉଭୟ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।
ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ରହିଛି ଅରେଞ୍ଜ ଆଲର୍ଟ। ଏହି ଅଞ୍ଚଳରେ ଭାରୀରୁ ଅତିଭାରୀ ବର୍ଷା ସମ୍ଭାବନା ସହ ଘଡ଼ଘଡ଼ି, ବଜ୍ରପାତ ଓ ଝଟକା ପବନର ଆଶଙ୍କା ରହିଛି। କିଛି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ।
ଏହାବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଭାରୀ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି।
ପାଣିପାଗ ବିଭାଗର ଆକଳନ ଅନୁସାରେ ୧୧ ସେପ୍ଟେମ୍ବରରୁ ୧୨ ସେପ୍ଟେମ୍ବର ମଧ୍ୟରେ ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଭାରୀ ବର୍ଷା ଜାରି ରହିପାରେ। କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ପାଇଁ ଅରେଞ୍ଜ ଆଲର୍ଟ ରହିଥିବାବେଳେ ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି ଓ ଗଞ୍ଜାମ ପାଇଁ ୟେଲୋ ଚେତାବନୀ ରହିଛି।
୧୨ରୁ ୧୩ ସେପ୍ଟେମ୍ବର ମଧ୍ୟରେ କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ପୁଣି ଭାରୀ ବର୍ଷା ହୋଇପାରେ। ଏହାପରେ ବର୍ଷାର ତୀବ୍ରତା କିଛିଟା କମିବାର ଆକଳନ ରହିଛି।
ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳର ତଳିଆ ସ୍ଥାନରେ ଜଳ ଜମିବା, ରାସ୍ତାଘାଟରେ ଯାତାୟାତ ପ୍ରଭାବିତ ହେବା ଓ ଦୃଶ୍ୟମାନତା କମିବା ଭଳି ସମସ୍ୟା ଉପୁଜିପାରେ। ପାହାଡ଼ିଆ ଅଞ୍ଚଳରେ ମାଟି ଅତଡ଼ା ଖସିବା ଏବଂ ଚାଷଜମିରେ ପାଣି ଜମି ଫସଲ କ୍ଷତି ହେବାର ଆଶଙ୍କା ମଧ୍ୟ ରହିଛି। କେତେକ ନଦୀ ଅବବାହିକାରେ ଜଳସ୍ତର ବଢ଼ିଲେ ସ୍ଥାନୀୟ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ।
ବର୍ଷା ସହ ବଜ୍ରପାତ ଓ ପବନକୁ ନେଇ ମଧ୍ୟ ସତର୍କତା ଜାରି ହୋଇଛି। ବଜ୍ରପାତ ସମୟରେ ଗଛ ତଳେ ଆଶ୍ରୟ ନନେବା, ଜଳାଶୟରୁ ତୁରନ୍ତ ଦୂରେଇଯିବା ଏବଂ ସମ୍ଭବ ହେଲେ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଢିଲା କିମ୍ବା ଅସୁରକ୍ଷିତ ଜିନିଷଗୁଡ଼ିକୁ ଖୋଲା ସ୍ଥାନରେ ନରଖିବାକୁ ମଧ୍ୟ କୁହାଯାଇଛି।
ଏପଟେ ସମୁଦ୍ର ମଧ୍ୟ ଅଶାନ୍ତ ରହିବାର ଆଶଙ୍କା ରହିଛି। ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିପାରେ ଏବଂ ଝଟକାରେ ଏହା ୬୦ କିଲୋମିଟର ଛୁଇଁପାରେ। ସମୁଦ୍ର ରହିପାରେ ରଫ୍ରୁ ଭେରି ରଫ୍। ତେଣୁ ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ଏହି ସମୟରେ ସମୁଦ୍ରକୁ ନଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦ
