Home Featuredକୁପୋଷଣମୁକ୍ତ ଓଡ଼ିଶା ଲକ୍ଷ୍ୟ: ପୋଷଣ ଉପରେ ପରିବାରକୁ ସାମିଲ କରିବାକୁ ଗୁରୁତ୍ୱ

କୁପୋଷଣମୁକ୍ତ ଓଡ଼ିଶା ଲକ୍ଷ୍ୟ: ପୋଷଣ ଉପରେ ପରିବାରକୁ ସାମିଲ କରିବାକୁ ଗୁରୁତ୍ୱ

by Sunita Jena
0 comments

ଭୁବନେଶ୍ୱରର ବରମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରରେ ‘ଆଙ୍ଗନ୍‌ କା ଉତ୍ସବ’ ଓ ‘୯ମ ରାଷ୍ଟ୍ରୀୟ ପୋଷଣ ମାସ’ କାର୍ଯ୍ୟକ୍ରମ ପାଳିତ ହୋଇଛି। ଏହି ଅବସରରେ ମହିଳା ଓ ଶିଶୁଙ୍କ ପୋଷଣ ସ୍ଥିତିରେ ଉନ୍ନତି ଆଣିବା ସହ ରାଜ୍ୟକୁ କୁପୋଷଣମୁକ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଇଛନ୍ତି।

ଅଙ୍ଗନବାଡ଼ି ଓ ସ୍କୁଲ ମାଧ୍ୟମରେ ପୋଷଣ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହାର ସୁଫଳ ପାଇଁ ପରିବାରର ସମସ୍ତ ସଦସ୍ୟଙ୍କ ଭୂମିକା ଜରୁରୀ ବୋଲି କୁହାଯାଇଛି। ବିଶେଷକରି ଶିଶୁ ଜନ୍ମ ପରେ ପ୍ରଥମ ୧୦୦୦ ଦିନକୁ ଗୁରୁତ୍ୱପୂର୍ଣ୍ଣ ସମୟ ଭାବେ ଦେଖି ମା’ଙ୍କ ସହ ବାପା ଓ ପରିବାରର ଅନ୍ୟମାନେ ମଧ୍ୟ ଶିଶୁର ଯତ୍ନ ଓ ପୋଷଣରେ ସାମିଲ ହେବା ଉପରେ ଜୋର ଦିଆଯାଇଛି।

ଶିଶୁ ଟିକାକରଣ, ସଂସ୍ଥାଗତ ପ୍ରସବ ଏବଂ ମାତୃ-ଶିଶୁ ମୃତ୍ୟୁହାର ହ୍ରାସ ଭଳି କ୍ଷେତ୍ରରେ ଅଙ୍ଗନବାଡ଼ି କର୍ମୀ, ସହାୟିକା, ଏଏନ୍‌ଏମ୍‌ ଓ ଆଶା କର୍ମୀଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଆଧାର ଯାଞ୍ଚ କ୍ଷେତ୍ରରେ ଓଡ଼ିଶା ଦେଶରେ ଆଗରେ ରହିଥିବା ନେଇ ମଧ୍ୟ ସେ ସୂଚନା ଦେଇଥିଲେ। ମହିଳା ସଶକ୍ତୀକରଣ ସହ ପୋଷଣ ଓ ପରିବାର କଲ୍ୟାଣକୁ ଯୋଡ଼ିବା ପାଇଁ ସୁଭଦ୍ରା, ଲକ୍ଷପତି ଦିଦି ଓ ଅନ୍ୟାନ୍ୟ ସରକାରୀ ଯୋଜନାର ଉଲ୍ଲେଖ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି ପିଲାଙ୍କୁ ଖାଦ୍ୟ ପରଷିବା ସହ ସ୍କୁଲ କିଟ୍ ବଣ୍ଟନ କରିଥିଲେ। ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତିରେ ଅବଦାନ ରଖିଥିବା ବାପାମାନଙ୍କୁ ପୁରସ୍କୃତ କରାଯିବା ସହ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

You may also like

Leave a Comment