Home Featuredନିଶା ବିରୋଧରେ ସଚେତନତା ସୃଷ୍ଟି ପାଇଁ ବଡ଼ ପଦକ୍ଷେପ, ସାମୂହିକ ଶପଥ ନେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ

ନିଶା ବିରୋଧରେ ସଚେତନତା ସୃଷ୍ଟି ପାଇଁ ବଡ଼ ପଦକ୍ଷେପ, ସାମୂହିକ ଶପଥ ନେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ

by Sunita Jena
0 comments

ନିଶାଦ୍ରବ୍ୟର କୁପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରିବା ସହ ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ନିଶାମୁକ୍ତି ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେହୁରିଆ, ଯୁଗ୍ମ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ ଓ ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ଭୋଇଙ୍କ ସମେତ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ଯୋଗଦେଇ ସାମୂହିକ ଶପଥ ଗ୍ରହଣ କରିଥିଲେ।ଶପଥ ସମୟରେ ଅଧିକାରୀ ଓ କର୍ମଚାରୀମାନେ ନିଜେ ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରହିବା ସହ ନିଜ ପରିବାର, ବନ୍ଧୁବର୍ଗ ଓ ସମାଜର ଅନ୍ୟମାନଙ୍କୁ ନିଶା ସେବନର କୁପରିଣାମ ସମ୍ପର୍କରେ ସଚେତନ କରିବାକୁ ସଂକଳ୍ପ ନେଇଥିଲେ।

ଏହି ଅଭିଯାନ କେବଳ ଗୋଟିଏ ବିଭାଗ ମଧ୍ୟରେ ସୀମିତ ନରହି ସାରା ରାଜ୍ୟରେ ଆୟୋଜନ କରାଯାଉଛି। ଅଭିଯାନରେ ରାଜ୍ୟର ଅତିକମରେ ୧୦ ପ୍ରତିଶତ ଲୋକଙ୍କୁ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ପଞ୍ଚାୟତ ଏବଂ ବିଭିନ୍ନ ସାମାଜିକ ସଂଗଠନକୁ ଅଭିଯାନ ସହ ଯୋଡ଼ାଯାଉଛି।ନିଶା ସେବନ ଯୋଗୁଁ ବ୍ୟକ୍ତି, ପରିବାର ଓ ସମାଜ ଉପରେ ପଡ଼ୁଥିବା ନକାରାତ୍ମକ ପ୍ରଭାବକୁ ନେଇ ଜନସଚେତନତା ବଢ଼ାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏକ ସୁସ୍ଥ, ସଚେତନ ଓ ନିଶାମୁକ୍ତ ସମାଜ ଗଠନରେ ସାଧାରଣ ଲୋକଙ୍କ ସହଭାଗିତାକୁ ଅଭିଯାନରେ ଗୁରୁତ୍ୱ ଦିଆଯାଉଛି।

You may also like

Leave a Comment