Home » Blog » ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା, ମିଳିବ ୧୫ ଦିନର ପିତୃତ୍ୱ ଛୁଟି

ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା, ମିଳିବ ୧୫ ଦିନର ପିତୃତ୍ୱ ଛୁଟି

by Archana Singh
0 comments

ସରକାରୀ ପୁରୁଷ କର୍ମଚାରୀଙ୍କ ପାଇଁ ଖୁସି ଖବର। ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ କରିଛନ୍ତି ବଡ଼ ଘୋଷଣା। ଏଣିକି ରାଜ୍ୟର ବିବାହିତ ପୁରୁଷ ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଦିନର ପିତୃତ୍ୱ ଛୁଟି ବା ପାଟର୍ନିଟି ଲିଭ୍‌। ଶିଶୁ ଜନ୍ମର ୧୫ ଦିନ ପୂର୍ବରୁ କିମ୍ବା ଜନ୍ମର ୬ ମାସ ମଧ୍ୟରେ ଏହି ଛୁଟି ନେଇପାରିବେ କର୍ମଚାରୀ।

ଦୀର୍ଘଦିନ ଧରି ପୁରୁଷ ସରକାରୀ କର୍ମଚାରୀମାନେ ଏହି ସୁବିଧା ପାଇଁ ଦାବି କରିଆସୁଥିଲେ। ସେମାନଙ୍କ ଦାବିକୁ ବିଚାରକୁ ନେଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଶିଶୁ ଜନ୍ମ ସମୟରେ ମା’ ଓ ନବଜାତ ଶିଶୁଙ୍କ ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ଏହି ସମୟରେ ପତ୍ନୀଙ୍କ ପାଖରେ ରହିବା ସହ ଶିଶୁର ଲାଳନପାଳନରେ ବାପାଙ୍କ ଭୂମିକାକୁ ଗୁରୁତ୍ୱ ଦେଇ ସରକାର ଏହି ପଦକ୍ଷେପ ନେଇଛନ୍ତି।

ଅନ୍ୟପଟେ, ତାମିଲନାଡୁରେ ମହିଳା ସରକାରୀ କର୍ମଚାରୀଙ୍କୁ ୩୬୫ ଦିନର ମାତୃତ୍ୱ ଛୁଟି ସୁବିଧା ମିଳୁଛି। ଚଳିତ ବର୍ଷ ଅଗଷ୍ଟରେ ତୃତୀୟ ଥର ମା’ ହେବାକୁ ଯାଉଥିବା ମହିଳା କର୍ମଚାରୀଙ୍କ ମାତୃତ୍ୱ ଛୁଟିକୁ ମଧ୍ୟ ୧୨ ସପ୍ତାହରୁ ୩୬୫ ଦିନକୁ ବୃଦ୍ଧି କରିବାକୁ ସରକାର ଘୋଷଣା କରିଥିଲେ।

You may also like

Leave a Comment