Home » Blog » ଫାଇଭ୍‌-ଟି ସ୍କୁଲ ରୂପାନ୍ତରଣ ଯୋଜନାର ହେବ ତଦନ୍ତ, ବିଧାନସଭାରେ ଉଠିଲା ଅର୍ଥ ହେରଫେର ପ୍ରସଙ୍ଗ

ଫାଇଭ୍‌-ଟି ସ୍କୁଲ ରୂପାନ୍ତରଣ ଯୋଜନାର ହେବ ତଦନ୍ତ, ବିଧାନସଭାରେ ଉଠିଲା ଅର୍ଥ ହେରଫେର ପ୍ରସଙ୍ଗ

by Archana Singh
0 comments

ପୂର୍ବ ସରକାରଙ୍କ ଫାଇଭ୍‌-ଟି ସ୍କୁଲ ରୂପାନ୍ତରଣ ଯୋଜନାକୁ ନେଇ ବିଧାନସଭାରେ ଉଠିଛି ଅର୍ଥ ହେରଫେର ପ୍ରସଙ୍ଗ। ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ଅର୍ଥର ସଠିକ୍ ବିନିଯୋଗ ହୋଇନଥିବା ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ। ଏହି ଅଭିଯୋଗକୁ ଗୁରୁତ୍ୱ ଦେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ବିଧାନସଭାର ପ୍ରଶ୍ନକାଳରେ ଫାଇଭ୍‌-ଟି ସ୍କୁଲ ରୂପାନ୍ତରଣ ପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି ଏବଂ ତାହାର ସଠିକ୍ ହିସାବ ରହିଛି କି ନାହିଁ, ସେନେଇ ପ୍ରଶ୍ନ କରିଥିଲେ ଇରାଶିଷ ଆଚାର୍ଯ୍ୟ। ଏଥିସହ ସମଗ୍ର ଯୋଜନାର ଆର୍ଥିକ ବିନିଯୋଗର ତଦନ୍ତ କରିବାକୁ ସେ ଦାବି କରିଥିଲେ।

ଏହାର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍କୁଲ ରୂପାନ୍ତରଣ ଯୋଜନାରେ CSR, OMBADC ଏବଂ ମନରେଗା ପାଣ୍ଠିର ଅର୍ଥ ବ୍ୟବହାର କରାଯାଇଥିଲା। ଯୋଜନାରେ ୩୮୭ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୭୦୬ କୋଟି ୩୧ ଲକ୍ଷ ଟଙ୍କାର ୟୁଟିଲାଇଜେସନ୍ ସାର୍ଟିଫିକେଟ୍‌ (UC) ଦାଖଲ ହୋଇଥିବା ସୂଚନା ଦିଆଯାଇଛି। ତେବେ ଏ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଏଯାଏଁ ସଂଗ୍ରହ ହୋଇପାରିନାହିଁ।

ପୂର୍ବ ସରକାର ସମୟରେ ସ୍କୁଲ ରୂପାନ୍ତରଣ ପାଇଁ ଆସିଥିବା ଅର୍ଥ କେଉଁଠି ଏବଂ କିଭଳି ଖର୍ଚ୍ଚ ହୋଇଛି, ତାହାର ଯାଞ୍ଚ କରାଯିବ। ତଦନ୍ତରେ କୌଣସି

You may also like

Leave a Comment