Home Featuredପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

by Sunita Jena
0 comments

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦେଶର ବିକାଶ ଯାତ୍ରା ସହ ଓଡ଼ିଶାର ଅଗ୍ରଗତିରେ ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନ ଓ ନେତୃତ୍ୱକୁ ସେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ଓ ବିକଶିତ ଭାରତ ଗଠନର ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଦେଶବାସୀଙ୍କୁ ଆଗକୁ ବଢ଼ିବାର ପ୍ରେରଣା ଦେଇଆସୁଛି। ଓଡ଼ିଶା ପ୍ରତି ତାଙ୍କର ଆଗ୍ରହ ଓ ସହଯୋଗ ରାଜ୍ୟର ବିକାଶ, ଆତ୍ମନିର୍ଭରତା ଏବଂ ସମୃଦ୍ଧିର ଲକ୍ଷ୍ୟକୁ ଆହୁରି ମଜବୁତ କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ଜନସେବା ଓ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘଦିନର ସମର୍ପଣ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଛନ୍ତି। ତାଙ୍କ ନେତୃତ୍ୱରେ ଦେଶ ବିକାଶର ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ୁଥିବା ଏବଂ ଦେଶବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ୁଥିବା କଥା ସେ ନିଜ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି। ଏହି ଶୁଭ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରଧାନମନ୍ତ୍ରୀଙ୍କୁ ଦୀର୍ଘାୟୁ, ସୁସ୍ଥ ଜୀବନ ଓ ରାଷ୍ଟ୍ରସେବା ପାଇଁ ଅଧିକ ଶକ୍ତି ପ୍ରଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି। ତାଙ୍କର ଜନସେବାର ସଂକଳ୍ପ ଆହୁରି ସୁଦୃଢ଼ ହେଉ ଏବଂ ବିକଶିତ ଭାରତ ଗଠନର ଲକ୍ଷ୍ୟ ସଫଳ ହେଉ ବୋଲି ସେ ଶୁଭକାମନା ଜଣାଇଛନ୍ତି।

You may also like

Leave a Comment