Home Featuredକ୍ୟାପିଟାଲ ଥାନାରେ ହାଜର ହେବେନି ଭି.କେ. ପାଣ୍ଡିଆନ; ଭିଡିଓ କନଫରେନ୍ସିଂରେ ବୟାନ ରେକର୍ଡ ପାଇଁ ଅନୁରୋଧ

କ୍ୟାପିଟାଲ ଥାନାରେ ହାଜର ହେବେନି ଭି.କେ. ପାଣ୍ଡିଆନ; ଭିଡିଓ କନଫରେନ୍ସିଂରେ ବୟାନ ରେକର୍ଡ ପାଇଁ ଅନୁରୋଧ

by Lokanath Panigrahi
0 comments

ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ବିଜେଡି ନେତା ଭି.କେ. ପାଣ୍ଡିଆନ ବର୍ତ୍ତମାନ କ୍ୟାପିଟାଲ ଥାନାରେ ବ୍ୟକ୍ତିଗତ ଭାବେ ହାଜର ହୋଇପାରିବେ ନାହିଁ। ଏନେଇ ସେ ଇ-ମେଲ୍ ମାଧ୍ୟମରେ କମିସନରେଟ୍ ପୁଲିସକୁ ଅବଗତ କରାଇଛନ୍ତି।

ପୁଲିସ ପକ୍ଷରୁ ଜାରି କରାଯାଇଥିବା ନୋଟିସର ଜବାବରେ ପାଣ୍ଡିଆନ କହିଛନ୍ତି ଯେ, ସେ ବର୍ତ୍ତମାନ ବିଦେଶରେ ଥିବାରୁ ଥାନାରେ ଉପସ୍ଥିତ ହେବା ସମ୍ଭବ ନୁହେଁ। ତେବେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସେ ପ୍ରସ୍ତୁତ ଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି।

ଏହାସହ ସେ ପୁଲିସକୁ ବିକଳ୍ପ ପ୍ରସ୍ତାବ ଦେଇ କହିଛନ୍ତି ଯେ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ବୟାନ ରେକର୍ଡ କରାଯାଇପାରେ। ଯଦି ତାହା ସମ୍ଭବ ନହୁଏ, ତେବେ ବିଦେଶରୁ ଫେରିବା ପରେ ସେ ନିଜେ କ୍ୟାପିଟାଲ ଥାନାରେ ହାଜର ହୋଇ ପଚରାଉଚରାର ସାମ୍ନା କରିବେ ବୋଲି ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଏକ ନିର୍ଦ୍ଦିଷ୍ଟ ମାମଲାର ତଦନ୍ତ ସନ୍ଦର୍ଭରେ କମିସନରେଟ୍ ପୁଲିସ ପାଣ୍ଡିଆନଙ୍କୁ କ୍ୟାପିଟାଲ ଥାନାରେ ହାଜର ହେବାକୁ ନୋଟିସ ଜାରି କରିଥିଲା। ବର୍ତ୍ତମାନ ତାଙ୍କ ଆବେଦନ ଉପରେ ପୁଲିସ କି ନିଷ୍ପତ୍ତି ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୟାନ ରେକର୍ଡ କରାଯିବ କିମ୍ବା ସେ ଦେଶକୁ ଫେରିବା ପରେ ପଚରାଉଚରା କରାଯିବ, ସେନେଇ କମିସନରେଟ୍ ପୁଲିସର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରାଯାଉଛି।

You may also like

Leave a Comment