ସୁଜାତାରୁ ସୁଜାତା ରାଉତ । ନାଁ କୁ ନେଇ ପ୍ରଶ୍ନ ଘେରରେ ପୂର୍ବତନ ପ୍ରଶାସିକା ତଥା ବିଜୁ ଜନତା ଦଳର ନୂଆ ନେତ୍ରୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବା ସୁଜାତା ରାଉତ । ନିକଟରେ ସୁଜାତା ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସୁଜାତା ନବୀନ ସରକାର ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଜଣେ ଅଫିସର ଭାବରେ କାର୍ଯ୍ୟ ତୁଲାଇ ସାରିଛନ୍ତି । ଆଉ ଏହି ମିଶ୍ରଣ ସମୟରେ ସୁଜାତା ମଧ୍ୟ ସମାନ କଥା ଦୋହରାଇଥିଲେ ।
ହେଲେ ମନରେ ଗୋଟିଏ ପ୍ରଶ୍ନ ଆସୁଛି ନବୀନ ବାବୁ ଯେତେବେଳେ ସୁଜାତାଙ୍କ ଯୋଗଦାନକୁ ନେଇ ଗଣମାଧ୍ୟମରେ ସୂଚନା ରଖିଥିଲେ ସେତେବେଳେ ସେ ସୁଜାତା ରାଉତ ବୋଲି ସମ୍ବୋଧନ କରିଥିଲେ । ହେଲେ ସୁଜାତା ଆର କାର୍ତ୍ତିକେୟନରୁ ସୁଜାତା ରାଉତ କେବେହେଲେ ସେନେଇ କୌଣସି ସୂଚନା ନାହିଁ । ଆମେ ଏଥିପାଇଁ ଏକଥା କହୁଛୁ ଏବେ ବିଜେଡିର ଆଇ.ଟି ସେଲ ସମ୍ପୂର୍ଣ୍ଣ ଭାବରେ ସୁଜାତା ରାଉତ ନାଁ କୁ ଡିଫେଣ୍ଡ କରିବା ପାଇଁ ଆଗେଇ ଆସିଛି । କେବଳ ସେତିକି ନୁହେଁ ଏମତିକି ବିଜେପିର ଅନେକ ନେତା ଓ ତାଙ୍କ ସ୍ତ୍ରୀଙ୍କ ସାଜ୍ଞାକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିଛି । ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଗୋଟିଏ ପୋଷ୍ଟକୁ ନେଇ ଏବେ ବିତର୍କ ହେବା ଆରମ୍ଭ ହୋଇ ସାରିଛି ।
ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦଳା ଠାକୁର, ସୁରେଶ ପୁଜାରୀଙ୍କ ପତ୍ନୀ ପଦ୍ମିନୀ ନାୟକ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସ୍ୱାମୀଙ୍କ ସାଜ୍ଞା ନାୟକ ଏବଂ ଉପାସନାଙ୍କ ସ୍ୱାମୀଙ୍କ ସାଜ୍ଞା ବିଶ୍ୱାଳ ହୋଇଥିଲେ ମଧ୍ୟ ସେ କାହିଁକି ମହାପାତ୍ର ରଖିଛନ୍ତି ବୋଲି ପ୍ରଶ୍ନ ଉଠିଛି ।

ଏହି ପୋଷ୍ଟ ଦେଖିଲା ପରେ ଆମ ମନରେ ମଧ୍ୟ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି । ଯେଉଁ ମାନଙ୍କୁ ନେଇ ବିଜୁ ଜନତା ଦଳର ଆଇ.ଟି ସେଲ ପ୍ରଶ୍ନ ଉଠାଉଛି ବା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛି ସେମାନେ କେବେହେଲେ ଆଜି ପର୍ଯ୍ୟନ୍ତ ନିଜର ସାଜ୍ଞା ପରିବର୍ତ୍ତନ କରିନାହାନ୍ତି ହେଲେ ସୁଜାତା ମାଡାମ ସୁଜାତା ଆର. କାର୍ତ୍ତିକେୟନ ଲେଖୁଥିଲେ ଏହା ବୋଧେ ବିଜୁ ଜନତା ଦଳ ଭୁଲି ଯାଇଛି । ଯେତେବେଳେ ମାଡାମ ସୁଜାତା ନବୀନ ବାବୁଙ୍କ ସରକାର ସମୟରେ ପ୍ରଶାସିକା ଭାବରେ ଦାୟିତ୍ୱ ତୁଲାଉଥିଲେ ସିଏ ସେତେବେଳେ ସୁଜାତା ଆର. କାର୍ତ୍ତିକେୟନ ବୋଲି ଲେଖୁଥିଲେ ଏହାକୁ କେହି ମନାକରି ପାରିବେ ନାହିଁ । ଏବେ ଯଦି ସିଏ କୌଣସି ପ୍ରକାର ଆଫିଡେଭିଟ କରି ପୁଣି ନିଜର ନାଁ ସୁଜାତା ରାଉତ କରିଛନ୍ତି ତାହେଲେ ସାମ୍ନାକୁ ଆଣିବା ଉଚିତ୍ । କିନ୍ତୁ ଯଦି ଏବେ ସୁଜାତା ମାଡମ ଆଫିଡେଭିଟ କରି ନିଜର ନାଁ ପରିବର୍ତ୍ତନ କରିଛନ୍ତି କିମ୍ବା କରିବେ ତାହେଲେ ସିଏ ଓଡିଶାର ଝିଅ ଭାବରେ କରିବେ ନାହିଁ ରାଜନୈତିକ ଅଭିଳାଷା ରଖି ନିଜର ସ୍ୱର୍ଥ ସାଧନ ପାଇଁ କରିବେ ଏହାକୁ ମଧ୍ୟ ସ୍ୱିକାର କରିବାକୁ ପଡିବ ।
ହେଲେ ଯେଉଁମାନଙ୍କୁ ନେଇ ଏବେ ବିଜେଡି ପ୍ରଶ୍ନ ଉଠାଉଛି ସେମାନେ କେବେହେଲେ ନା ପରିବର୍ତ୍ତନ କରିନାହାନ୍ତି । ତେଣୁ ନା ପରିବର୍ତ୍ତନ କରି କିଏ କେଉଁ ପ୍ରକାର ସ୍ୱାର୍ଥ ହାସଲ କରୁଛି ତାହା ଓଡିଶା ବାସୀ ଜାଣି ସାରିଛନ୍ତି ।
