Home Odishaବିଜେଡିକୁ ଝଟ୍‌କା: ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

by Gulshan Pandey
0 comments

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କଥିତ କ୍ରସ୍‌ ଭୋଟିଂ ଅଭିଯୋଗକୁ ନେଇ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦାଖଲ କରାଯାଇଥିବା ଅଯୋଗ୍ୟତା ଆବେଦନକୁ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଖାରଜ କରିଛନ୍ତି। ଏହି ନିଷ୍ପତ୍ତିକୁ ବିଜେଡି ପାଇଁ ଏକ ବଡ଼ ଝଟ୍‌କା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଚଳିତ ବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ହ୍ୱିପ୍‌ ଉଲ୍ଲଂଘନ କରି କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗରେ ବିଜେଡି ଆଠ ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଦାଖଲ କରିଥିଲା।

ଯେଉଁ ବିଧାୟକମାନଙ୍କ ବିରୋଧରେ ଆବେଦନ କରାଯାଇଥିଲା ସେମାନେ ହେଲେ— ସୁବାସିନୀ ଜେନା, ସୌଭିକ ବିଶ୍ୱାଳ, ଚକ୍ରମଣି କହଁର, ସନାତନ ମହାକୁଡ଼, ନବ କିଶୋର ମଲ୍ଲିକ, ଅରବିନ୍ଦ ମହାପାତ୍ର, ରମାକାନ୍ତ ଭୋଇ ଏବଂ ଦେବୀରଞ୍ଜନ ତ୍ରିପାଠୀ।

ତେବେ ବାଚସ୍ପତି ସମସ୍ତ ପକ୍ଷଙ୍କ ଯୁକ୍ତି ଓ ଉପସ୍ଥାପିତ ତଥ୍ୟକୁ ବିଚାର କରି ଏହି ଅଯୋଗ୍ୟତା ଆବେଦନଗୁଡ଼ିକୁ ଖାରଜ କରିଥିବା ସୂଚନା ମିଳିଛି। ଫଳରେ ଉକ୍ତ ୮ ବିଧାୟକଙ୍କ ସଦସ୍ୟ ପଦ ଅକ୍ଷୁଣ୍ଣ ରହିଛି।

ଏହି ନିଷ୍ପତ୍ତି ପରେ ରାଜ୍ୟ ରାଜନୀତିରେ ଏହାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

You may also like

Leave a Comment