Home Featuredଖଣି ଆଇନକୁ ନେଇ ଓଡ଼ିଶାରେ ତୀବ୍ର ବିରୋଧ

ଖଣି ଆଇନକୁ ନେଇ ଓଡ଼ିଶାରେ ତୀବ୍ର ବିରୋଧ

by Sunita Jena
0 comments

କେନ୍ଦ୍ର ସରକାରଙ୍କ ନୂଆ MMDR ଆଇନ, ୨୦୨୬କୁ ନେଇ ଓଡ଼ିଶାରେ ବିରୋଧର ସ୍ୱର ତୀବ୍ର ହୋଇଛି। ଏହି ଆଇନ ରାଜ୍ୟର ଖଣିଜ ସମ୍ପଦ ଓ ଅର୍ଥନୈତିକ ସ୍ୱାର୍ଥ ପାଇଁ କ୍ଷତିକାରକ ବୋଲି ଅଭିଯୋଗ ଉଠିଛି। ଭୁବନେଶ୍ୱରରେ ‘ଓଡ଼ିଶା ନାଗରିକ ସମାଜ’ ପକ୍ଷରୁ ଆୟୋଜିତ ଏକ ଗୋଲଟେବୁଲ୍‌ ଆଲୋଚନାରେ ଏହି ଆଇନର ପ୍ରଭାବ ନେଇ ବିଶେଷଜ୍ଞ, ରାଜନେତା, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ମତ ରଖିଥିଲେ।

ଆଲୋଚନାରେ କୁହାଯାଇଥିଲା, ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ରାଜସ୍ୱ ହ୍ରାସ ପାଇବାର ଆଶଙ୍କା ରହିଛି। ଏହାଦ୍ୱାରା ଓଡ଼ିଶା ବଡ଼ ଆର୍ଥିକ କ୍ଷତି ସହିପାରେ ବୋଲି ଦାବି କରାଯାଇଛି। ଆଲୋଚନାରେ ଏହି କ୍ଷତିର ପରିମାଣ ଲକ୍ଷେ କୋଟି ଟଙ୍କାରୁ ଅଧିକ ହୋଇପାରେ ବୋଲି ମତ ପ୍ରକାଶ ପାଇଥିଲା। ପୂର୍ବତନ ସାଂସଦ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟର ମାଟି ଓ ସମ୍ପଦର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେହିପରି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ସଂଶୋଧିତ ଖଣି ଆଇନକୁ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ମତ ଦେଇଥିଲେ।

ଅନ୍ୟପଟେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ କହିଥିଲେ ଯେ, ରାଜ୍ୟ ସହ ଯଥେଷ୍ଟ ଆଲୋଚନା ନକରି ଆଇନରେ ପରିବର୍ତ୍ତନ କରାଯିବା ପ୍ରଶ୍ନ ଉଠାଉଛି।ବକ୍ତାମାନେ ଆହୁରି କହିଥିଲେ, ଏହା କେବଳ ରାଜନୈତିକ ପ୍ରସଙ୍ଗ ନୁହେଁ; ଓଡ଼ିଶାର ଖଣିଜ ସମ୍ପଦ, ରାଜସ୍ୱ ଓ ଭବିଷ୍ୟତ ବିକାଶ ସହ ଜଡ଼ିତ ବିଷୟ। ତେଣୁ ଏନେଇ ଜନସଚେତନତା ବଢ଼ାଇବା ସହ ସାଧାରଣ ଲୋକ ଓ ଯୁବପିଢ଼ିଙ୍କୁ ସାମିଲ କରିବାକୁ ଆହ୍ୱାନ ଦିଆଯାଇଛି।

You may also like

Leave a Comment