Home Odishaଖୋର୍ଦ୍ଧାରେ ଆଉ ହେବନି ସକାଳୁଆ ସ୍କୁଲ, ବୁଧବାରଠାରୁ ସ୍ୱାଭାବିକ ସମୟରେ ପାଠପଢ଼ା

ଖୋର୍ଦ୍ଧାରେ ଆଉ ହେବନି ସକାଳୁଆ ସ୍କୁଲ, ବୁଧବାରଠାରୁ ସ୍ୱାଭାବିକ ସମୟରେ ପାଠପଢ଼ା

by Gulshan Pandey
0 comments

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଆଉ ସକାଳୁଆ କ୍ଲାସ ହେବ ନାହିଁ। ପାଣିପାଗରେ ସୁଧାର ଆସିଥିବାରୁ ଜିଲ୍ଲା ପ୍ରଶାସନ ବୁଧବାରଠାରୁ ସ୍କୁଲଗୁଡ଼ିକୁ ପୂର୍ବଭଳି ସାଧାରଣ ସମୟରେ ଚଳାଇବାକୁ ନିଷ୍ପତ୍ତି ନେଇଛି।

ଗ୍ରୀଷ୍ମ ଛୁଟି ପରେ ଜୁନ ୧୮ରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିଥିଲା। କିନ୍ତୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଜୁନ ୧୯ରୁ ସକାଳୁଆ କ୍ଲାସ ବ୍ୟବସ୍ଥା ଆରମ୍ଭ କରିଥିଲା। ଏହି ବ୍ୟବସ୍ଥା ଜୁନ ୨୫ ପର୍ଯ୍ୟନ୍ତ ଜାରି ରହିବାକୁ କୁହାଯାଇଥିଲା।

ତେବେ ଗତ କିଛି ଦିନ ଧରି ମୌସୁମୀ ବର୍ଷା ସକ୍ରିୟ ହେବାରୁ ପାଣିପାଗରେ ଉନ୍ନତି ଆସିଛି। ତାପମାତ୍ରା କମିବା ସହ ଆର୍ଦ୍ରତା ମଧ୍ୟ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପୂର୍ବ ନିଷ୍ପତ୍ତିର ସମୀକ୍ଷା କରି ସ୍କୁଲଗୁଡ଼ିକୁ ସ୍ୱାଭାବିକ ସମୟରେ ଚଳାଇବାକୁ ନିଷ୍ପତ୍ତି ନେଇଛି।

ଏହା ଫଳରେ ବୁଧବାରଠାରୁ ସମସ୍ତ ସ୍କୁଲ ପୂର୍ବ ନିର୍ଦ୍ଧାରିତ ସମୟ ସୂଚୀ ଅନୁଯାୟୀ ଚାଲିବ। ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି।

ତେବେ ପାଣିପାଗର ପରିବର୍ତ୍ତନଶୀଳ ସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

You may also like

Leave a Comment