Home Featuredମୋହନ ସରକାରଙ୍କ ବଡ଼ ପଦକ୍ଷେପ; SC/ST ଅତ୍ୟାଚାର ନିରୋଧ ଆଇନ ଅଧୀନରେ ୬ଟି ସ୍ୱତନ୍ତ୍ର କୋର୍ଟ ସ୍ଥାପନ

ମୋହନ ସରକାରଙ୍କ ବଡ଼ ପଦକ୍ଷେପ; SC/ST ଅତ୍ୟାଚାର ନିରୋଧ ଆଇନ ଅଧୀନରେ ୬ଟି ସ୍ୱତନ୍ତ୍ର କୋର୍ଟ ସ୍ଥାପନ

by Lokanath Panigrahi
0 comments

ଭୁବନେଶ୍ୱର: ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ଲୋକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। SC/ST (ଅତ୍ୟାଚାର ନିରୋଧ) ଆଇନ, ୧୯୮୯ ଅଧୀନରେ ରୁଜୁ ହେଉଥିବା ମାମଲାର ତ୍ୱରିତ ଶୁଣାଣି ଏବଂ ଶୀଘ୍ର ବିଚାର ପାଇଁ ରାଜ୍ୟର ୬ଟି ସ୍ଥାନରେ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯିବ।

ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସହମତି ଏବଂ ସୁପାରିଶ ଆଧାରରେ ଏହି କୋର୍ଟଗୁଡ଼ିକ ଗଠନ କରାଯାଉଛି। ଏହି କୋର୍ଟଗୁଡ଼ିକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-କମ୍-ସ୍ୱତନ୍ତ୍ର କୋର୍ଟ ଭାବେ କାର୍ଯ୍ୟ କରିବେ।

ଭଦ୍ରକ, ଗଞ୍ଜାମ (ବ୍ରହ୍ମପୁର), ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲା ସହିତ ଖୋର୍ଦ୍ଧା ରାଜସ୍ୱ ସବ୍-ଡିଭିଜନ୍‌ରେ ଏହି ସ୍ୱତନ୍ତ୍ର କୋର୍ଟଗୁଡ଼ିକ କାର୍ଯ୍ୟକ୍ଷମ ହେବ। ଏହା ଦ୍ୱାରା ଦୀର୍ଘଦିନ ଧରି ବିଚାରାଧୀନ ଥିବା ମାମଲାର ଶୁଣାଣି ତ୍ୱରାନ୍ୱିତ ହେବା ସହ ପୀଡ଼ିତମାନେ ଶୀଘ୍ର ନ୍ୟାୟ ପାଇପାରିବେ।

ସରକାରଙ୍କ ଏହି ପଦକ୍ଷେପ ପଛରେ ପୋଲିସ ମୁଖ୍ୟାଳୟର ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍ (SHRPC)ର ସମୀକ୍ଷା ଓ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ରହିଛି। ପେଣ୍ଡିଂ ମାମଲାର ସଂଖ୍ୟା ଆଧାରରେ ସ୍ୱତନ୍ତ୍ର କୋର୍ଟର ଆବଶ୍ୟକତା ଆକଳନ କରାଯାଇଥିଲା।

ଏବେ ଏହି କୋର୍ଟଗୁଡ଼ିକ ପାଇଁ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଗୃହ ବିଭାଗ ପକ୍ଷରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରାଯାଇଛି। ସେହିପରି, ଯେଉଁ ଜିଲ୍ଲାଗୁଡ଼ିକରେ ଏପରି ମାମଲାର ସଂଖ୍ୟା ଅଧିକ ରହିଛି, ସେଠାରେ ଭବିଷ୍ୟତରେ ଅଧିକ ସ୍ୱତନ୍ତ୍ର କୋର୍ଟ ଏବଂ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତି ପାଇଁ ମଧ୍ୟ ସରକାର ବିଚାର କରୁଥିବା ସୂଚନା ମିଳିଛି।

You may also like

Leave a Comment