18
୧୨ ଦିନର ଲୀଳାଖେଳାର ଅବସାନ ପରେ ଆଜି (ସୋମବାର, ଜୁଲାଇ ୨୭, ୨୦୨୬) ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ଗୋଟି ପହଣ୍ଡିରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରୁ ଓହ୍ଲାଇ ରତ୍ନବେଦୀକୁ ବିଜେ କରିବେ। ଏହା ସହ ଶେଷ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସମସ୍ତ ନୀତିକାନ୍ତି।
ପ୍ରଥମେ ରାମକୃଷ୍ଣ ଓ ମଦନମୋହନ ଶ୍ରୀମନ୍ଦିରକୁ ବିଜେ କରିବେ। ଏହାପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡିରେ ରତ୍ନବେଦୀକୁ ବିଜେ କରିବେ। ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରକାଶ କରିଛି।
ନୀଳାଦ୍ରି ବିଜେ ନୀତି ନିର୍ଘଣ୍ଟ (୨୭.୦୭.୨୦୨୬)
- ମଙ୍ଗଳ ଆଳତି: ଭୋର ୪:୦୦
- ମଇଲମ ଓ ତଡ଼ପଲାଗି: ଭୋର ୪:୩୦
- ଅବକାଶ: ଭୋର ୫:୦୦
- ବେଶଶେଷ: ଭୋର ୫:୩୦
- ଗୋପାଳବଲ୍ଲଭ: ସକାଳ ୬:୩୦
- ସକାଳ ଧୂପ: ସକାଳ ୭:୦୦–୮:୦୦
- ମହାସ୍ନାନ ଓ ସର୍ବାଙ୍ଗ: ସକାଳ ୯:୩୦
- ମଧ୍ୟାହ୍ନ ଧୂପ: ସକାଳ ୧୦:୩୦–୧୧:୩୦
- ସନ୍ଧ୍ୟା ଆଳତି: ଦିନ ୧୨:୧୫
- ସନ୍ଧ୍ୟା ଧୂପ: ଦିନ ୧୨:୩୦–୧:୩୦
- ଚାରବନ୍ଧା: ଦିନ ୧:୩୦–୩:୩୦
- ସିଂହାସନ ମାଜଣା: ଅପରାହ୍ଣ ୩:୩୦
- ପୁଷ୍ପାଞ୍ଜଳି: ଅପରାହ୍ଣ ୩:୫୦
- ପହଣ୍ଡି ଆରମ୍ଭ: ଅପରାହ୍ଣ ୪:୦୦
- ପହଣ୍ଡି ଶେଷ: ରାତି ୧୦:୦୦
- ରୁନ୍ଧା ଶେଷ: ରାତି ୧୨:୩୦
- ଦଇତାପତି ସର୍ବାଙ୍ଗ: ରାତି ୧:୦୦
- ଶ୍ରୀମୁଖ ଖଣ୍ଡୁଆ: ରାତି ୧:୧୦
- ଚାରମାଳ ଫିଟା: ରାତି ୧:୧୫–୨:୧୫
- ଶ୍ରୀସୁଦର୍ଶନ ଦେବ ସିଂହାସନକୁ ବିଜେ: ରାତି ୨:୩୦
- ଶ୍ରୀମୁଖ ଖଣ୍ଡୁଆ ମଇଲମ: ରାତି ୨:୩୦
- ଚକାପୋଛା: ରାତି ୨:୪୫
- ସିଂହାସନ ଧୁଆ: ରାତି ୩:୦୦
- ଶ୍ରୀମାଧବ, ଶ୍ରୀଦେବୀ ଓ ଭୂଦେବୀ ସିଂହାସନକୁ ବିଜେ: ରାତି ୩:୧୦
- ମହାସ୍ନାନ ଶେଷ: ରାତି ୩:୩୦
- ରୋଷ ହୋମ: ରାତି ୩:୩୫
- ଚନ୍ଦନଲାଗି: ରାତି ୩:୪୫
- ସୂର୍ଯ୍ୟପୂଜା: ଭୋର ୪:୦୦
- ଦ୍ୱାରପାଳ ପୂଜା: ଭୋର ୪:୧୫
- ବଡ଼ସିଂହାର ବେଶ: ଭୋର ୪:୧୫
- ରାତ୍ର ପହୁଡ଼: ଭୋର ୫:୦୦
