Home Featuredସମସ୍ତ ଅଞ୍ଚଳରେ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ସମସ୍ତ ଅଞ୍ଚଳରେ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

by Sunita Jena
0 comments

୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ସେବା ଉପଲବ୍ଧ କରାଇବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ ଯୋଜନା ଓ ଆଗାମୀ ପ୍ରକଳ୍ପର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକଳ୍ପଗୁଡ଼ିକର ଶୀଘ୍ର କାର୍ଯ୍ୟାନ୍ୱୟନ ଉପରେ ଜୋର ଦେଇଛନ୍ତି।ରାଜ୍ୟର ବିଦ୍ୟୁତ୍ ପ୍ରସାରଣ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ନୂଆ ଗ୍ରିଡ୍ ସବ୍‌ଷ୍ଟେସନ୍ ଓ ଟ୍ରାନ୍ସମିସନ୍ ଲାଇନ୍ ନିର୍ମାଣ ସହ ଉଚ୍ଚ କ୍ଷମତାସମ୍ପନ୍ନ ଗ୍ରିଡ୍ ନେଟୱର୍କ ବିକଶିତ କରାଯାଉଛି। ଅନୁଗୋଳ ଓ ସୁନ୍ଦରଗଡ଼ରେ ୭୬୫ କେଭି ଗ୍ରିଡ୍ କାର୍ଯ୍ୟକ୍ଷମ ଥିବାବେଳେ ଅନ୍ୟ କିଛି ସ୍ଥାନରେ ଏହି କ୍ଷମତାର ନୂଆ ଗ୍ରିଡ୍ ଷ୍ଟେସନ୍ ନିର୍ମାଣ ଓ ଯୋଜନା ପର୍ଯ୍ୟାୟରେ ରହିଛି।

ଏହା ସହିତ ୪୦୦ କେଭି ଗ୍ରିଡ୍ ସବ୍‌ଷ୍ଟେସନ୍‌ର ସଂଖ୍ୟା ବଢ଼ାଇବା ଓ ପୁରୁଣା ଗ୍ରିଡ୍‌ଗୁଡ଼ିକର ଆଧୁନିକୀକରଣ ଉପରେ ମଧ୍ୟ କାମ ଚାଲିଛି। ଆଗାମୀ ଦିନରେ ରାଜ୍ୟରେ ବଢ଼ିବାକୁ ଥିବା ଶିଳ୍ପ ପ୍ରକଳ୍ପ ଓ ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି ବଡ଼ ଧରଣର ଶକ୍ତି ଭିତ୍ତିଭୂମି ନିର୍ମାଣ ଯୋଜନା ହୋଇଛି।ସରକାରଙ୍କ ଲକ୍ଷ୍ୟ ହେଉଛି ଶିଳ୍ପ କ୍ଷେତ୍ର ସହ ସାଧାରଣ ଉପଭୋକ୍ତାଙ୍କୁ ମଧ୍ୟ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଇବା। ନୂଆ ପ୍ରକଳ୍ପ, ଗ୍ରିଡ୍ ବିସ୍ତାର ଓ ଆଧୁନିକୀକରଣ ମାଧ୍ୟମରେ ରାଜ୍ୟର ଶକ୍ତି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନିଆଯାଉଛି।

You may also like

Leave a Comment