Home Nationalବାଣିଜ୍ୟିକ LPG ଦରବୃଦ୍ଧିକୁ ନେଇ କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ, ମୋଦୀ ସରକାରଙ୍କ ନୀତି ଉପରେ ଉଠାଇଲା ପ୍ରଶ୍ନ

ବାଣିଜ୍ୟିକ LPG ଦରବୃଦ୍ଧିକୁ ନେଇ କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ, ମୋଦୀ ସରକାରଙ୍କ ନୀତି ଉପରେ ଉଠାଇଲା ପ୍ରଶ୍ନ

by Lokanath Panigrahi
0 comments

ଅକ୍ଟୋବର ଆରମ୍ଭରୁ ବାଣିଜ୍ୟିକ LPG ସିଲିଣ୍ଡର ଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ। ଦଳ ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରର ଅର୍ଥନୈତିକ ନୀତିକୁ କଡ଼ା ସମାଲୋଚନା କରାଯାଇଛି।

କଂଗ୍ରେସର ଅଭିଯୋଗ ହେଉଛି, ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ଉପରେ ଲଗାତାର ଆର୍ଥିକ ଚାପ ବଢ଼ୁଥିବାବେଳେ ସରକାର ବଡ଼ ଶିଳ୍ପପତିମାନଙ୍କୁ ଲାଭ ପହଞ୍ଚାଉଥିବା ନୀତି ଅନୁସରଣ କରୁଛି। ଦଳ ଏହାକୁ ମୋଦୀ ସରକାରଙ୍କ “ସ୍ପଷ୍ଟ ରଣନୀତି” ବୋଲି ଆକ୍ରମଣ କରିଛି।

୧ ଅକ୍ଟୋବରରୁ ୧୯ କିଲୋ ବାଣିଜ୍ୟିକ LPG ସିଲିଣ୍ଡରର ଦାମ ବିଭିନ୍ନ ସହରରେ ବଢ଼ାଯାଇଛି। କୋଲକାତାରେ ଦର ₹୭୦ ବଢ଼ି ₹୨,୯୫୪ରେ ପହଞ୍ଚିଥିବାବେଳେ, ଭୁବନେଶ୍ୱରରେ ଦାମ ₹୬୯ ବଢ଼ି ₹୨,୯୮୮ ହୋଇଛି। ତେବେ ଘରେ ବ୍ୟବହୃତ ୧୪.୨ କିଲୋ LPG ସିଲିଣ୍ଡରର ଦାମରେ ଏଥର କୌଣସି ପରିବର୍ତ୍ତନ ହୋଇନାହିଁ।

ପାର୍ବଣ ଋତୁ ଆରମ୍ଭ ସମୟରେ ବାଣିଜ୍ୟିକ ଗ୍ୟାସ ଦର ବଢ଼ିଥିବାରୁ ହୋଟେଲ, ରେଷ୍ଟୁରାଣ୍ଟ, କ୍ୟାଟରିଂ ସଂସ୍ଥା, ଛୋଟ ଖାଦ୍ୟ ବ୍ୟବସାୟ ଏବଂ ଅନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନର ଚାଲୁ ଖର୍ଚ୍ଚ ବଢ଼ିପାରେ। ଏହାର ପରୋକ୍ଷ ପ୍ରଭାବ ଖାଦ୍ୟ ଓ ସେବା ମୂଲ୍ୟ ଉପରେ ମଧ୍ୟ ପଡ଼ିପାରେ।

ଏହି ପରିସ୍ଥିତିକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଜବାବ ମାଗିବା ସହ ମହଙ୍ଗାଇ ଓ ଇନ୍ଧନ ମୂଲ୍ୟକୁ ନେଇ ନିଜ ଆକ୍ରମଣ ଆହୁରି ତୀବ୍ର କରିଛି।

You may also like

Leave a Comment