Home Featuredସ୍କୁଲ ବହି ତ୍ରୁଟି ମାମଲା: ପୂର୍ବତନ SCERT ନିର୍ଦ୍ଦେଶକଙ୍କ ସମେତ ୪ ଜଣ ନିଲମ୍ବିତ, ୬ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ସ୍କୁଲ ବହି ତ୍ରୁଟି ମାମଲା: ପୂର୍ବତନ SCERT ନିର୍ଦ୍ଦେଶକଙ୍କ ସମେତ ୪ ଜଣ ନିଲମ୍ବିତ, ୬ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

by Gulshan Pandey
0 comments

ଭୁବନେଶ୍ୱର, ୨୬ ଜୁନ:
ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାହାର ରିପୋର୍ଟ ପ୍ରଦାନ କରିଛି। କମିଟିର ସୁପାରିଶ ଆଧାରରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଶିକ୍ଷକ ଶିକ୍ଷା ଓ SCERTର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକ—ପ୍ରଲିପ୍ତା ମିଶ୍ର, ଦିଲୀପ କୁମାର ସାହୁ ଏବଂ ଭାରତୀ ଟୁଡୁଙ୍କୁ ନିଲମ୍ବିତ କରାଯାଇଛି।

ଏହା ସହିତ ଆଉ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସେମାନେ ହେଲେ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ଡ. ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡ. ସୁଦର୍ଶନ ସନ୍ତରା।

କମିଟି ପିଲାଙ୍କ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଏବଂ ପାଠ୍ୟପୁସ୍ତକର ତ୍ରୁଟି ସଂଶୋଧନ ପାଇଁ ୧୪ଟି ସୁପାରିଶ କରିଛି। ଏହି ସମସ୍ତ ସୁପାରିଶକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ସୁପାରିଶ ଅନୁଯାୟୀ, SCERT ପକ୍ଷରୁ ଏକ ‘ମାଷ୍ଟର ଏରାଟା (Errata) ରେଜିଷ୍ଟର’ ପ୍ରସ୍ତୁତ କରାଯିବ। ସମସ୍ତ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ କରାଯିବା ସହିତ SCERTରେ ଏକ Quality Assurance Cell ଗଠନ କରାଯିବ।

ଏହାଛଡ଼ା, ଭବିଷ୍ୟତରେ କୌଣସି ପାଠ୍ୟପୁସ୍ତକ ଭାଷା, ଚିତ୍ର, ତଥ୍ୟ ଏବଂ ଛପା ସମ୍ପର୍କିତ ସମସ୍ତ ଆବଶ୍ୟକ ଅନୁମୋଦନ ନମିଳିଲେ ପ୍ରିଣ୍ଟିଂ ପ୍ରେସକୁ ପଠାଯିବ ନାହିଁ ବୋଲି ସରକାର କଡ଼ା ନିଷ୍ପତ୍ତି ନେଇଛନ୍ତି।

You may also like

Leave a Comment