ଭୁବନେଶ୍ୱର: ନବଗଠିତ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ଶୁକ୍ରବାର ପ୍ରଥମ ରାଜ୍ୟ କମିଟି ଘୋଷଣା କରାଯାଇଛି। ଦଳର ସଭାପତି ମହମ୍ମଦ ମୋକିମଙ୍କ ଅନୁମୋଦନକ୍ରମେ ୨୬ ଜଣିଆ ରାଜ୍ୟ କମିଟି ଗଠନ କରାଯାଇଛି।
ନୂତନ କମିଟିରେ ୬ ଜଣ ରାଜ୍ୟ ଉପସଭାପତି, ୧୦ ଜଣ ସାଧାରଣ ସମ୍ପାଦକ ଏବଂ ୧୦ ଜଣ ରାଜ୍ୟ ସମ୍ପାଦକଙ୍କୁ ସ୍ଥାନ ଦିଆଯାଇଛି।
ଉପସଭାପତି ପଦରେ ୬ ନେତା
ରାଜ୍ୟ ଉପସଭାପତି ଭାବେ ବଦ୍ରି ନାରାୟଣ ମହାନ୍ତି, ଗିରିବାଳା ବେହେରା, ନିକୁଞ୍ଜ ପଶାୟତ, ନଜିବୁର ରେହମାନ ଖାନ୍, ପ୍ରଦୀପ ପ୍ରଧାନ ଏବଂ ରଞ୍ଜିତା ରାଉତଙ୍କୁ ଦାୟିତ୍ୱ ଦିଆଯାଇଛି।
୧୦ ଜଣ ସାଧାରଣ ସମ୍ପାଦକ
ସାଧାରଣ ସମ୍ପାଦକ ଭାବେ ସୂର୍ଯ୍ୟକାନ୍ତ ରାଉତ, ସୁଜିତ ସ୍ୱାଇଁ, ଶୁଭେନ୍ଦୁ ମଲ୍ଲିକ, ସୋମନାଥ ରାଉତ, ନରେଶ ମହାନ୍ତି, ଅନିତା ନାୟକ, ସଞ୍ଜୟ ରାୟ, ଲଳିତ ମୋହନ ପ୍ରଧାନ, ପ୍ରସନ୍ନ ବିଷୋୟୀ ଏବଂ ଦୀପକ କୁମାର ପରିଡ଼ାଙ୍କୁ ନିଯୁକ୍ତି ମିଳିଛି।
ରାଜ୍ୟ ସମ୍ପାଦକ ଭାବେ ୧୦ ଜଣ
ସେହିପରି ବିଭିନ୍ନ ଜିଲ୍ଲାର ନେତୃତ୍ୱଙ୍କୁ ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି। ଏହି ତାଲିକାରେ ବୀରେନ୍ଦ୍ର ପ୍ରଧାନ, ତପନ ରାଉତରାୟ, ଦିଲୀପ ରାଉତ, ଅଖିଳ ମୋହନ ଦାସ, କୃଷ୍ଣାନନ୍ଦ ସାହୁ, ଆଦିତ୍ୟ ଗିରି, କାଳୀପ୍ରସାଦ ମଲ୍ଲିକ, ଅଂଶୁମାନ ଦାସ, ସୋନାଲି ମହାପାତ୍ର ଏବଂ ବିକାଶ କୁମାର ବେହେରା ସ୍ଥାନ ପାଇଛନ୍ତି।
ସଂଗଠନ ମଜଭୁତ କରିବାକୁ ଆହ୍ୱାନ
ନୂତନ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇ ଦଳର ସଭାପତି ମହମ୍ମଦ ମୋକିମ କହିଛନ୍ତି ଯେ, ସମସ୍ତେ ମିଳିତ ଭାବେ ଦଳର ସାଙ୍ଗଠନିକ ଭିତ୍ତିକୁ ଆହୁରି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ନିକଟରେ ଦଳର ନୀତି ଓ ଆଦର୍ଶକୁ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
