Home Featuredଆୟୁର୍ବେଦ କେବଳ ଚିକିତ୍ସା ନୁହେଁ, ସୁସ୍ଥ ଜୀବନର ଏକ ସୁଗମ ପଥ

ଆୟୁର୍ବେଦ କେବଳ ଚିକିତ୍ସା ନୁହେଁ, ସୁସ୍ଥ ଜୀବନର ଏକ ସୁଗମ ପଥ

by Sunita Jena
0 comments

ଆୟୁର୍ବେଦ କେବଳ ରୋଗ ନିରାକରଣର ଏକ ପାରମ୍ପରିକ ପଦ୍ଧତି ନୁହେଁ, ବରଂ ସୁସ୍ଥ ଓ ସନ୍ତୁଳିତ ଜୀବନଯାପନର ଏକ ସମଗ୍ର ଧାରଣା। ଶରୀର, ମନ ଓ ଆତ୍ମା ମଧ୍ୟରେ ସନ୍ତୁଳନ ରଖି ନିରୋଗ ଜୀବନ ବିତାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଖାଦ୍ୟପାନୀୟ, ନିଦ୍ରା, ଶାରୀରିକ ପରିଶ୍ରମ, ମାନସିକ ଶାନ୍ତି ଏବଂ ପ୍ରକୃତି ସହ ସମନ୍ୱୟ ଉପରେ ଆୟୁର୍ବେଦ ବିଶେଷ ଗୁରୁତ୍ୱ ଦେଇଥାଏ।

ଭାରତୀୟ ପରମ୍ପରା ଓ ସଂସ୍କୃତି ସହ ଆୟୁର୍ବେଦର ସମ୍ପର୍କ ଶତାବ୍ଦୀ ପୁରୁଣା। ପ୍ରକୃତିରେ ଉପଲବ୍ଧ ବିଭିନ୍ନ ଉପାଦାନ ଏବଂ ପାରମ୍ପରିକ ଜ୍ଞାନକୁ ଆଧାର କରି ଏହି ଚିକିତ୍ସା ଧାରା ବିକଶିତ ହୋଇଛି। ବର୍ତ୍ତମାନ ସମୟରେ ଭାରତ ବାହାରେ ମଧ୍ୟ ଆୟୁର୍ବେଦ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ଆୟୁର୍ବେଦର ଏକ ପ୍ରମୁଖ ଧାରଣା ହେଉଛି ରୋଗ ହେବା ପରେ ଚିକିତ୍ସା କରିବା ସହିତ ରୋଗ ପ୍ରତିରୋଧ ଓ ସୁସ୍ଥତାକୁ ବଜାୟ ରଖିବା। ସନ୍ତୁଳିତ ଖାଦ୍ୟ, ନିୟମିତ ଜୀବନଶୈଳୀ, ଶାରୀରିକ କାର୍ଯ୍ୟକଳାପ ଓ ମାନସିକ ସନ୍ତୁଳନ ମାଧ୍ୟମରେ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଏହା ପ୍ରୋତ୍ସାହିତ କରେ।

ଆୟୁର୍ବେଦ ଦିବସ ଅବସରରେ ପାରମ୍ପରିକ ଜ୍ଞାନ ସହ ଆଧୁନିକ ଜୀବନଶୈଳୀ ମଧ୍ୟରେ ସନ୍ତୁଳନ ରଖି ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହେବାର ବାର୍ତ୍ତା ଦିଆଯାଇଛି। ପ୍ରକୃତି ସହ ସମନ୍ୱୟ ରଖି ନିୟମିତ ଓ ସୁସ୍ଥ ଜୀବନଯାପନ କରିବାକୁ ଏହି ଦିବସ ଅବସରରେ ଆହ୍ୱାନ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଆୟୁର୍ବେଦ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତଙ୍କ ଜୀବନ ସୁସ୍ଥ, ନିରାମୟ ଓ ସୁଖମୟ ହେଉ ବୋଲି ସେ କାମନା କରିଛନ୍ତି।

You may also like

Leave a Comment