ରାଜ୍ୟଗୁଡ଼ିକର ବିକାଶମୂଳକ କାର୍ଯ୍ୟ ଏବଂ ଆର୍ଥିକ ପରିଚାଳନାରେ ଗତି ଆଣିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଧାରିତ ଆବଣ୍ଟନ ପୂର୍ବରୁ ୨୮ଟି ରାଜ୍ୟକୁ ଅଗ୍ରିମ କିସ୍ତି ଜାରି କରିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧,୦୯,୦୧୯ କୋଟି ଟଙ୍କା ବଣ୍ଟନ କରାଯାଇଥିବା ବେଳେ ଓଡ଼ିଶାକୁ ୪,୮୧୯ କୋଟି ଟଙ୍କା ମିଳିଛି।
ଏହି ଅଗ୍ରିମ ପାଣ୍ଠି ଦ୍ୱାରା ରାଜ୍ୟଗୁଡ଼ିକ ଚାଲୁଥିବା ବିକାଶ ପ୍ରକଳ୍ପ, ପୁଞ୍ଜି ବ୍ୟୟ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ବିନା ବାଧାରେ ଆଗକୁ ବଢ଼ାଇ ପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହା ସହ ରାଜ୍ୟଗୁଡ଼ିକର ନଗଦ ପ୍ରବାହକୁ ସୁଦୃଢ଼ କରିବାରେ ମଧ୍ୟ ଏହି ରାଶି ସହାୟକ ହେବ।
ସୂଚନା ଅନୁସାରେ, ଆସନ୍ତା ୧୦ ତାରିଖରେ ରାଜ୍ୟଗୁଡ଼ିକୁ ସେମାନଙ୍କର ନିୟମିତ କିସ୍ତି ମଧ୍ୟ ପ୍ରଦାନ କରାଯିବ।
ଅଗ୍ରିମ ପାଣ୍ଠି ବଣ୍ଟନରେ ଉତ୍ତର ପ୍ରଦେଶ ସର୍ବାଧିକ ୧୯,୨୦୮ କୋଟି ଟଙ୍କା ପାଇଛି। ଏହାପରେ ବିହାରକୁ ୧୦,୮୪୫ କୋଟି, ମଧ୍ୟ ପ୍ରଦେଶକୁ ୮,୦୧୦ କୋଟି, ପଶ୍ଚିମବଙ୍ଗକୁ ୭,୮୬୬ କୋଟି, ମହାରାଷ୍ଟ୍ରକୁ ୭,୦୨୨ କୋଟି ଏବଂ ରାଜସ୍ଥାନକୁ ୬,୪୬୦ କୋଟି ଟଙ୍କା ମିଳିଛି।
ରାଜ୍ୟଗୁଡ଼ିକର ବିକାଶମୂଳକ କାର୍ଯ୍ୟ ଏବଂ ଆର୍ଥିକ ପରିଚାଳନାରେ ଗତି ଆଣିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଧାରିତ ଆବଣ୍ଟନ ପୂର୍ବରୁ ୨୮ଟି ରାଜ୍ୟକୁ ଅଗ୍ରିମ କିସ୍ତି ଜାରି କରିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧,୦୯,୦୧୯ କୋଟି ଟଙ୍କା ବଣ୍ଟନ କରାଯାଇଥିବା ବେଳେ ଓଡ଼ିଶାକୁ ୪,୮୧୯ କୋଟି ଟଙ୍କା ମିଳିଛି।
ଏହି ଅଗ୍ରିମ ଆର୍ଥିକ ସହାୟତା ଫଳରେ ରାଜ୍ୟଗୁଡ଼ିକ ଯୋଜନାଭିତ୍ତିକ ବ୍ୟୟକୁ ଠିକ୍ ସମୟରେ କାର୍ଯ୍ୟକାରୀ କରିବା ସହିତ ଭିତ୍ତିଭୂମି ବିକାଶ ଏବଂ ଅନ୍ୟାନ୍ୟ ପ୍ରାଥମିକ ପ୍ରକଳ୍ପଗୁଡ଼ିକୁ ଅଧିକ ଗତି ଦେଇପାରିବେ।