Home Featured୩୦ ହଜାର ଟଙ୍କାର ଲାଞ୍ଚ, ଭିଜିଲାନ୍ସ ହାତରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ଡାକ୍ତର

୩୦ ହଜାର ଟଙ୍କାର ଲାଞ୍ଚ, ଭିଜିଲାନ୍ସ ହାତରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ଡାକ୍ତର

by Sunita Jena
0 comments

କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଜଣେ ଡାକ୍ତରଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଧରିଛି। ଏନ୍‌ଜିଓର ବିଲ୍‌ ପଇଠ ପାଇଁ ଆବଶ୍ୟକ ଥିବା ୱାର୍କ ସାର୍ଟିଫିକେଟ୍‌ରେ ସ୍ୱାକ୍ଷର କରିବା ବଦଳରେ ଟଙ୍କା ଦାବି କରାଯାଇଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁସାରେ, କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଆଶୁ ଚିକିତ୍ସା ବିଭାଗକୁ ଆସୁଥିବା ଅଜ୍ଞାତ ଓ ନିରାଶ୍ରୟ ରୋଗୀଙ୍କୁ ସହାୟତା ଯୋଗାଇବା ପାଇଁ ଏକ ଏନ୍‌ଜିଓକୁ ଦାୟିତ୍ୱ ଦିଆଯାଇଥିଲା। ଏହି ସଂସ୍ଥାର କର୍ମଚାରୀଙ୍କ ଜୁନ୍‌ ଓ ଜୁଲାଇ ମାସର ଦରମା ମଞ୍ଜୁର ପାଇଁ କାର୍ଯ୍ୟ ପ୍ରମାଣପତ୍ରରେ ସ୍ୱାକ୍ଷର ଆବଶ୍ୟକ ଥିଲା।ଅଭିଯୋଗ ଅନୁଯାୟୀ, ଏହି ସ୍ୱାକ୍ଷର କରିବା ପାଇଁ ଡାକ୍ତର ସତ୍ୟଜିତ ବେହେରା ୩୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଏନ୍‌ଜିଓ ପକ୍ଷରୁ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା।

ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା। ଅଭିଯୋଗକାରୀଙ୍କଠାରୁ ୩୦ ହଜାର ଟଙ୍କା ନେଉଥିବା ସମୟରେ ଡାକ୍ତର ବେହେରାଙ୍କୁ ଭିଜିଲାନ୍ସ ଟିମ୍‌ ଧରିଥିବା ଜଣାପଡ଼ିଛି। ତାଙ୍କ ନିକଟରୁ ଅଭିଯୋଗ ହୋଇଥିବା ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି।ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଆଗକୁ ବଢ଼ାଯାଉଛି। ଏହାସହ ଡାକ୍ତର ବେହେରାଙ୍କ ବିରୋଧରେ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଦିଗରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ତାଙ୍କ ସହ ଜଡ଼ିତ ତିନିଟି ସ୍ଥାନରେ ଏକାସାଙ୍ଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

You may also like

Leave a Comment