Home Featuredଅକ୍ଟୋବରରୁ ପୁଣି ଉଡ଼ିବ ବଡ଼ ବିମାନ, ରାଜ୍ୟସରକାର-ଆଲିଆନ୍ସ ଏୟାର୍‌ ବୈଠକ ପରେ ଆଶା

ଅକ୍ଟୋବରରୁ ପୁଣି ଉଡ଼ିବ ବଡ଼ ବିମାନ, ରାଜ୍ୟସରକାର-ଆଲିଆନ୍ସ ଏୟାର୍‌ ବୈଠକ ପରେ ଆଶା

by Sunita Jena
0 comments

ରାଉରକେଲାବାସୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରାୟ ଏକ ବର୍ଷର ବ୍ୟବଧାନ ପରେ ଆସନ୍ତା ଅକ୍ଟୋବରରୁ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ପୁଣି ଥରେ ବଡ଼ ବିମାନ ଚଳାଚଳ ଆରମ୍ଭ ହେବାର ଆଶା ସୃଷ୍ଟି ହୋଇଛି। ଆଲିଆନ୍ସ ଏୟାର୍‌ ପକ୍ଷରୁ ୭୨ ସିଟ୍‌ ବିଶିଷ୍ଟ ଏଟିଆର୍‌-୭୨ ବିମାନ ଏହି ରୁଟ୍‌ରେ ଚଳାଚଳ କରିବା ନେଇ ପ୍ରସ୍ତୁତି ଚାଲିଛି।

ଏନେଇ ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ଓ ଆଲିଆନ୍ସ ଏୟାର୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂରେ ଆଲୋଚନା ହୋଇଛି। ବିମାନସେବା ପୁନଃ ଆରମ୍ଭ ପାଇଁ ଆବଶ୍ୟକ ବୈଷୟିକ ବ୍ୟବସ୍ଥା, ବିମାନ ଚଳାଚଳର ସମୟସାରଣୀ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଇଥିବା ଜଣାପଡ଼ିଛି।

୨୦୨୩ ମସିହା ଜାନୁଆରିରୁ ଏହି ରୁଟ୍‌ରେ ଆଲିଆନ୍ସ ଏୟାର୍‌ର ବିମାନ ଚଳାଚଳ କରୁଥିଲା। କିନ୍ତୁ ୨୦୨୫ ଜୁଲାଇରେ ଏହି ସେବା ବନ୍ଦ ହୋଇଯିବାରୁ ରାଉରକେଲାର ଆକାଶପଥ ଯୋଗାଯୋଗ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ଏହି ରୁଟ୍‌ରେ ଛୋଟ ବିମାନ ଚଳାଚଳ କରୁଥିଲେ ମଧ୍ୟ ଯାତ୍ରୀଙ୍କ ଚାହିଦା ଅନୁସାରେ ଏହା ପର୍ଯ୍ୟାପ୍ତ ହେଉନାହିଁ।୭୨ ସିଟ୍‌ ବିଶିଷ୍ଟ ବିମାନସେବା ପୁଣି ଆରମ୍ଭ ହେଲେ ରାଉରକେଲାର ବ୍ୟବସାୟୀ, ଛାତ୍ରଛାତ୍ରୀ ଓ ସାଧାରଣ ଯାତ୍ରୀ ବିଶେଷ ଭାବେ ଉପକୃତ ହେବେ। ଏହା ସହ ରାଉରକେଲା-କୋଲକାତା ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗ ଆରମ୍ଭ କରିବା ନେଇ ମଧ୍ୟ ଆଲିଆନ୍ସ ଏୟାର୍‌ ଆଗ୍ରହ ଦେଖାଇଥିବା ସୂଚନା ମିଳିଛି। ଏହି ପ୍ରସ୍ତାବ ଉପରେ ସହମତି ହେଲେ ରାଉରକେଲାର ବାଣିଜ୍ୟ, ପର୍ଯ୍ୟଟନ ଓ ଆଞ୍ଚଳିକ ଯୋଗାଯୋଗକୁ ଆହୁରି ଗତି ମିଳିବ ବୋଲି ଆଶା କରାଯାଉଛି।

You may also like

Leave a Comment