Home Odishaଚଳିତ ଶିକ୍ଷାବର୍ଷରେ ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ; ସଂଶୋଧିତ ପୁସ୍ତକରେ ପଢ଼ିବେ ଛାତ୍ରଛାତ୍ରୀ

ଚଳିତ ଶିକ୍ଷାବର୍ଷରେ ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ; ସଂଶୋଧିତ ପୁସ୍ତକରେ ପଢ଼ିବେ ଛାତ୍ରଛାତ୍ରୀ

by Gulshan Pandey
0 comments

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟଗୁଡ଼ିକୁ ବଣ୍ଟନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରାଯିବ ନାହିଁ। ଏହା ପରିବର୍ତ୍ତେ ସଂଶୋଧିତ ପୁସ୍ତକ ପ୍ରତ୍ୟେକ ବିଦ୍ୟାଳୟକୁ ଯୋଗାଇ ଦିଆଯିବ ଏବଂ ସେହି ପୁସ୍ତକ ଆଧାରରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯିବ। ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପାଠ୍ୟପୁସ୍ତକରେ ଥିବା ତ୍ରୁଟିର ତଦନ୍ତ କରାଯାଇ ଅବହେଳା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିସହିତ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ ପ୍ରକ୍ରିୟାରେ ସୁଧାର ଆଣିବା ପାଇଁ ୧୪ ଦଫା ପରାମର୍ଶ ମଧ୍ୟ ଦିଆଯାଇଛି।

ସଂଶୋଧିତ ପାଠ୍ୟପୁସ୍ତକ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) କିମ୍ବା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ମାଧ୍ୟମରେ ସମସ୍ତ ବିଦ୍ୟାଳୟକୁ ପହଞ୍ଚାଇ ଦିଆଯିବ। ଏହାକୁ ଆଧାର କରି ଶ୍ରେଣୀଗୃହରେ ପାଠଦାନ କରାଯିବ, ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କୌଣସି ବାଧା ସୃଷ୍ଟି ହେବ ନାହିଁ।

ମନ୍ତ୍ରୀ ଆହୁରି କହିଛନ୍ତି, ତଦନ୍ତ ରିପୋର୍ଟ ଆଧାରରେ ଯଦି ଆଉ କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

You may also like

Leave a Comment