Home Featuredରାଉରକେଲାରେ ଅଏଲ ଇଣ୍ଡିଆର ବାୟୋ ପ୍ଲାଣ୍ଟ ନିର୍ମାଣ ଆରମ୍ଭ; କଡ଼ା ସୁରକ୍ଷା ମଧ୍ୟରେ ଚାଲିଲା କାର୍ଯ୍ୟ

ରାଉରକେଲାରେ ଅଏଲ ଇଣ୍ଡିଆର ବାୟୋ ପ୍ଲାଣ୍ଟ ନିର୍ମାଣ ଆରମ୍ଭ; କଡ଼ା ସୁରକ୍ଷା ମଧ୍ୟରେ ଚାଲିଲା କାର୍ଯ୍ୟ

by Gulshan Pandey
0 comments

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଲୁହାକେରା ନିକଟରେ ଅଏଲ ଇଣ୍ଡିଆ ପକ୍ଷରୁ ପ୍ରାୟ ୧୦ ଏକର ଜମିରେ ଏକ ବାୟୋ ପ୍ଲାଣ୍ଟ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଛି। ସ୍ଥାନୀୟ ସ୍ତରରେ ବିରୋଧର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଘଟଣାସ୍ଥଳରେ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ଡିଏସପି ମନୋରଞ୍ଜନ ପ୍ରଧାନଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି।

ସୂଚନା ଅନୁଯାୟୀ, ରବିବାର ଦିନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ କିଛି ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିବାରୁ ସୋମବାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ କାର୍ଯ୍ୟ ପୁନରାରମ୍ଭ କରାଯାଇଛି।

ଉକ୍ତ ଜମି ପୂର୍ବରୁ ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଅଧୀନରେ ଥିଲା। ପରେ ଏହାକୁ ସରକାରଙ୍କୁ ହସ୍ତାନ୍ତର କରାଯିବା ପରେ ଅଏଲ ଇଣ୍ଡିଆକୁ ବାୟୋ ପ୍ଲାଣ୍ଟ ସ୍ଥାପନ ପାଇଁ ୧୦ ଏକର ଜମି ଆବଣ୍ଟନ କରାଯାଇଛି। ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକଙ୍କ ଆପତ୍ତି ଓ ପ୍ରଶାସନର ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

You may also like

Leave a Comment