Home Featuredସ୍ୱର୍ଗଦ୍ୱାରରେ ଅଭାବନୀୟ ଘଟଣା: ଶବ ଶୋଭାଯାତ୍ରାରେ ସଂକୀର୍ତ୍ତନ କରୁଥିବା ବେଳେ ବ୍ୟକ୍ତିଙ୍କ ମୃତ୍ୟୁ

ସ୍ୱର୍ଗଦ୍ୱାରରେ ଅଭାବନୀୟ ଘଟଣା: ଶବ ଶୋଭାଯାତ୍ରାରେ ସଂକୀର୍ତ୍ତନ କରୁଥିବା ବେଳେ ବ୍ୟକ୍ତିଙ୍କ ମୃତ୍ୟୁ

by Sunita Jena
0 comments

ପୁରୀ ସ୍ୱର୍ଗଦ୍ୱାରରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଶବ ଶୋଭାଯାତ୍ରାରେ ସଂକୀର୍ତ୍ତନ କରି ଯାଇଥିବା ଜଣେ ବ୍ୟକ୍ତିଙ୍କର ହଠାତ୍ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ପୁରୀର ପ୍ରଭାତ ସାହୁ।ସୂଚନା ଅନୁସାରେ, ପୁରୀ ଗଜପତି ନଗର ଅଞ୍ଚଳର ବସନ୍ତ କୁମାର ଦାସଙ୍କ ପରଲୋକ ପରେ ପରିବାର ଓ ପରିଚିତମାନେ ତାଙ୍କ ମରଶରୀରକୁ ହରିବୋଲ, ହୁଳହୁଳି ଓ ସଂକୀର୍ତ୍ତନ ସହ ସ୍ୱର୍ଗଦ୍ୱାରକୁ ନେଇଥିଲେ। ସଂକୀର୍ତ୍ତନ ଦଳର ସଦସ୍ୟ ଭାବେ ପ୍ରଭାତ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ଶବଦାହ ପାଇଁ ଅପେକ୍ଷା କରୁଥିବା ସମୟରେ ପ୍ରଭାତଙ୍କୁ ହଠାତ୍ ଛାତିରେ ଯନ୍ତ୍ରଣା ହୋଇଥିଲା। କିଛି ସମୟ ମଧ୍ୟରେ ସେ ତଳେ ପଡ଼ିଯାଇଥିଲେ। ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।ଡାକ୍ତରଙ୍କ ପ୍ରାଥମିକ ସୂଚନା ଅନୁସାରେ, ହୃଦ୍‌ଘାତ ଯୋଗୁଁ ପ୍ରଭାତଙ୍କ ମୃତ୍ୟୁ ହୋଇଛି। ଏକ ମରଶରୀରକୁ ଶବଦାହ ପାଇଁ ନିଆଯାଇଥିବା ବେଳେ ସେହି ଯାତ୍ରାରେ ସାମିଲ ଥିବା ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ଘଟଣା ଉପସ୍ଥିତ ସମସ୍ତଙ୍କୁ ଗଭୀର ଭାବେ ମର୍ମାହତ କରିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରଭାତ ସରଳ ଓ ଧାର୍ମିକ ସ୍ୱଭାବର ଥିଲେ ଏବଂ ଦୀର୍ଘଦିନ ଧରି ସଂକୀର୍ତ୍ତନ ସହ ଜଡ଼ିତ ରହିଥିଲେ। ଘଟଣା ପରେ କିଛି ସମୟ ପାଇଁ ସ୍ୱର୍ଗଦ୍ୱାର ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

You may also like

Leave a Comment